ଯିରିମିୟ
Chapter 23
ଓଡ଼ିଆ ବାଇବେଲ1ସଦାପ୍ରଭୁ କହନ୍ତି, ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନ ରେ ମଷେମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସମାନେେ ସନ୍ତାପର ପାତ୍ର।
2ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧ ରେ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭର ମଷେପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦଇେଅଛ ଓ ସମାନଙ୍କେର ଯତ୍ନ ନଇେ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ଯ ଦବୋ। ଏହା ସଦାପ୍ରଭୁ କହନ୍ତି।
3ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦଇେଅଛୁ, ସହେିସବୁ ଦେଶରୁ ସମାନଙ୍କେର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସମାନଙ୍କେୁ ସମାନଙ୍କେର ବାସ ସ୍ଥାନକୁ ଫରୋଇ ଆଣିବା। ସେତବେେଳେ ସମାନେେ ପ୍ରଜାବନ୍ତ ଓ ବହୁ ସଂଖ୍ଯକ ହବେେ।
4ଆଉ ଆମ୍ଭେ ସମାନଙ୍କେ ଉଦ୍ଦେଶ୍ଯ ରେ ନୂତନ ପାଳକ ନିୟୁକ୍ତ କରିବା। ସମାନେେ ସମାନଙ୍କେୁ ଚରାଇବେ ଓ ଯତ୍ନ ନବେେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହବେେ ନାହିଁ। ପୁଣି ସମାନଙ୍କେ ମଧ୍ଯରୁ କହେି ହଜିବେ ନାହିଁ। ଏହା ସଦାପ୍ରଭୁ କହନ୍ତି।
5ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
6ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।
7ଏଣୁକରି ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ' ସହେି ଜୀବିତ ସଦାପ୍ରଭୁ ଇଶ୍ରାୟେଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।'
8ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସମାନେେ କହିବେ, ' ସହେି ଜୀବିତ ସଦାପ୍ରଭୁ ଇଶ୍ରାୟେଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସମାନଙ୍କେୁ ତଡ଼ି ଦଇେଥିଲୁ, ସହେିସବୁ ଦେଶରୁ ସମାନଙ୍କେୁ ବାହାର କରି ଆଣିଲେ।' ଆଉ ସମାନେେ ଆପଣା ଦେଶ ରେ ବାସ କରିବେ। ଏପରି ସମୟ ଆସୁଅଛି।
9ଭବିଷ୍ଯଦବକ୍ତାମାନଙ୍କ ପ୍ରତି ବାର୍ତ୍ତା। ମାରେ ଅନ୍ତରସ୍ଥ ହୃଦଯ ଭଗ୍ନ ହାଇେଅଛି। ମାରେ ଅସ୍ଥିସବୁ କୁଅଛି। ସଦାପ୍ରଭୁ ଓ ତାଙ୍କ ପବିତ୍ର ବାକ୍ଯ ହତେୁ ମୁଁ ମତ୍ତ ଲୋକ ତୁଲ୍ଯ ଓ ଦ୍ରାକ୍ଷାରସ ରେ ପରାଜିତ ତୁଲ୍ଯ ହାଇେଅଛି।
10କାରଣ ଯିହୁଦା ପାପୀ ଓ ବ୍ଯଭିଚାରୀମାନଙ୍କର ପରିପୂର୍ଣ୍ଣ। ସମାନେେ ବହୁ ଭାବରେ ଅବିଶ୍ବସ୍ତ ହାଇେଛନ୍ତି। ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ ପ୍ରାନ୍ତରସ୍ଥ ଚାରଣଭୂମି ଶୁଷ୍କ ହାଇେଅଛି। ଦେଶ ଶାେକ କରୁଅଛି। ଭବିଷ୍ଯଦବକ୍ତାଙ୍କର ବ୍ଯବହାର ଓ ପରାକ୍ରମ ନ୍ଯାଯସଙ୍ଗତ ନୁହେଁ।
11ଉଭୟ ଭବିଷ୍ଯଦବକ୍ତା ଓ ଯାଜକଗଣ ସବୁ ମିଛ। କାରଣ ସଦାପ୍ରଭୁ କହନ୍ତି, ଏପରିକି ସମାନେେ ମାେ ମନ୍ଦିର ରେ ଅପକର୍ମ କରୁଥିବାର ମୁଁ ଦେଖିଲି।
12 ତେଣୁ ସମାନଙ୍କେର ପଥ ଅନ୍ଧକାର ଓ ଖସଡ଼ା ହବେ। ସମାନେେ ସହେି ଅନ୍ଧାର ମଧିଅରେ ରହିବେ। କାରଣ ସଦାପ୍ରଭୁ କହନ୍ତି, ମୁଁ ସମାନଙ୍କେ ଉପ ରେ ଅମଙ୍ଗଳ ଓ ପ୍ରତିଫଳ ଆଣିବି।
13ଶମରିଯାର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି। ସମାନେେ ବାଲଦବେ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି ଇଶ୍ରାୟେଲ ଲୋକମାନଙ୍କୁ କୁପଥରେ ଚଳାଇଲେ।
14ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ଆମ୍ଭେ ସହେି ଭୟଙ୍କର ଜିନିଷ ଦେଖୁଅଛୁ। ସମାନେେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି, ମିଥ୍ଯାଚରଣ କରନ୍ତି ଓ ଦୂରାଚାରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ ସମାନଙ୍କେ ମଧ୍ଯରୁ କହେି ଆପଣା ଆପଣା ଦୁଷ୍ଟତାରୁ ଫରନ୍େତି ନାହିଁ। ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ଯ ଓ ତାହାର ନିବାସୀଗଣ ହା ମାରେର ସମାନ ଅଟନ୍ତି।
15ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଭବିଷ୍ଯଦବକ୍ତାମାନଙ୍କ ବିଷଯ ରେ ଏହା କହନ୍ତି, ଆମ୍ଭେ ସମାନଙ୍କେୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା। କାରଣ ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କଠାରୁ ପାଷାଣ୍ଡତା ଦେଶ ସାରା ବ୍ଯାପିୟାଇଛି।
16ପୁଣି ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଭବିଷ୍ଯଦବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି, ସମାନଙ୍କେର ବାକ୍ଯ ତୁମ୍ଭମାନେେ ଶୁଣ ନାହିଁ। ସମାନେେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି। ସମାନେେ କବଳେ ନିଜ ହୃଦଯର ଦର୍ଶନ କଥା କହନ୍ତି। ମାତ୍ର ସମାନେେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ।
17ସମାନେେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ଯ ନ କହି ଭିନ୍ନ କଥା କୁହନ୍ତି। ସମାନେେ ସମାନଙ୍କେୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, 'ତୁମ୍ଭମାନଙ୍କର ଶାନ୍ତି ହବେ।' ପୁଣି ଯେଉଁମାନେ ଅବାଧ୍ଯ ହାଇେ ନିଜର ହୃଦଯ ରେ ଆଚରଣ ଅନୁସାରେ କାର୍ୟ୍ଯ କରନ୍ତି, ସମାନଙ୍କେୁ କୁହାୟାଏ, 'ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହବେ ନାହିଁ।'
18ମାତ୍ର କୌଣସି ଭବିଷ୍ଯଦବକ୍ତା ସ୍ବର୍ଗୀଯ ସଭା ରେ ସଦାପ୍ରଭୁଙ୍କର ବାକ୍ଯ ପ୍ରତ୍ଯକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖ ରେ ଠିଆ ହାଇେ ନାହିଁ। କହେି ତାଙ୍କର ବାକ୍ଯ ମନୋୟୋଗ ସହକା ରେ ଶୁଣି ନାହିଁ।
19ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋର୍ଧ ଭୟଙ୍କର ଘୂର୍ଣ୍ଣିବାତ୍ଯା ସ୍ବରୂପ ଆସିବ ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।
20ଯେପର୍ୟ୍ଯନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାଯ ସଫଳ ଓ ସିଦ୍ଧ ନ କରିଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କର କୋରଧ ଫରେିବ ନାହିଁ। ତୁମ୍ଭମାନେେ ଶଷେକାଳ ରେ ସୂର୍ଣ୍ଣରୂପେ ହୃଦଯଙ୍ଗମ କରିବ।
21ଆମ୍ଭେ ସହେି ଭବିଷ୍ଯଦବକ୍ତାମାନଙ୍କୁ ପଠାଇ ନ ଥିଲୁ। ତଥାପି ସମାନେେ ଆପେ ଆପେ ଧାଇଁଲେ। ଆମ୍ଭେ ସମାନଙ୍କେୁ କିଛି ବାକ୍ଯ ପ୍ରଦାନ କରି ନ ଥିଲୁ। ମାତ୍ର ସମାନେେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ।
22ସମାନେେ ଯଦି ଆମ୍ଭ ସ୍ବର୍ଗୀଯ ସଭା ରେ ଠିଆ ହଇେଥାନ୍ତେ, ତବେେ ସମାନେେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ଯ ଶୁଣାଇ ଥାଆନ୍ତେ। ଆଉ ସମାନେେ ସମାନଙ୍କେୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।
23ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।
24ସଦାପ୍ରଭୁ କହନ୍ତି, କୌଣସି ବ୍ଯକ୍ତି ଆମ୍ଭଠାରୁ ନିଜକୁ ଗୋପନୀଯ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ବର୍ଗ ଓ ମର୍ତ୍ତ୍ଯ ସବୁଠା ରେ ବ୍ଯାପି ରହିଅଛୁ।
25ପୁଣି ଏପରି କେତକେ ଭବିଷ୍ଯଦବକ୍ତା ଅଛନ୍ତି, ' ଯେଉଁମାନେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସ୍ବପ୍ନ ଦେଖିଅଛୁ, ଆମ୍ଭେ ସ୍ବପ୍ନ ଦେଖିଅଛୁ' କହନ୍ତି, ସମାନଙ୍କେ କଥା ଆମ୍ଭେ ଶୁଣିଅଛୁ।
26ଯେଉଁ ଭବିଷ୍ଯଦବକ୍ତାମାନଙ୍କ ହୃଦଯ ମିଥ୍ଯା ଭାବନା ରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି, ସମାନେେ କେତକୋଳ ଏହା ଚାଲୁ ରଖିବେ ?
27ସହେି ଭବିଷ୍ଯଦବକ୍ତାଗଣ ଆପଣା ଆପଣା ପ୍ରତିବେଶୀଙ୍କୁ ମିଥ୍ଯା ସ୍ବପ୍ନ କଥା କହି ମାରେ ନାମକୁ ମାେ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଚାହାଁନ୍ତି। ଯେପରି ସମାନଙ୍କେର ପୂର୍ବପୁରୁଷଗଣ ବାଲ୍ଦବେ ସକାେଶ ମାରେ ନାମ ପାଶୋରି ପକାଇଲେ।
28ଶସ୍ଯ ସହିତ ପାଳ ସମାନ ନୁହେଁ। ଦହେିପରି ଯେଉଁ ଭବିଷ୍ଯଦବକ୍ତାଗଣ ଆମ୍ଭର ସ୍ବପ୍ନ ଦେଖିଛନ୍ତି, ସମାନେେ ସେ ସ୍ବପ୍ନକଥା ପ୍ରକାଶ କରନ୍ତୁ। ଯଦି ସମାନେେ ଆମ୍ଭର ବାକ୍ଯ ପାଇଛନ୍ତି ତବେେ ସମାନେେ ବିଶ୍ବସ୍ତ ଭାବରେ ତାହା କୁହନ୍ତୁ।
29ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ଯ ଅଗ୍ନି ତୁଲ୍ଯ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ଯ।
30 ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନେ ଆପଣା ଆପଣା ପ୍ରତିବେଶୀଠାରୁ ଆମ୍ଭର ବାକ୍ଯ ହରଣ କରନ୍ତି, ଆମ୍ଭେ ସମାନଙ୍କେର ବିପକ୍ଷ ଅଟୁ।
31ପୁଣି ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ଯଦବକ୍ତାମାନେ, ନିଜେ ମିଥ୍ଯା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସମାନଙ୍କେର ବିପକ୍ଷ ଅଟେ।
32ଆଉ ମଧ୍ଯ ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନେ ମିଥ୍ଯା ସ୍ବପ୍ନର ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସହେି ମିଥ୍ଯା କଥା ଓ ଅସାର ଶିକ୍ଷା ଦ୍ବାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସମାନଙ୍କେର ବିପକ୍ଷ ଅଟୁ। ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପଠାଇ ନାହୁଁ କିଅବା ସମାନଙ୍କେୁ ଆଜ୍ଞା ଦଇେ ନାହୁଁ। ତେଣୁ ସମାନେେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରିପାରିବେ ନାହିଁ।
33ତା'ପ ରେ ଯେତବେେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ଯଦବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଚାରନ୍ତି, ' ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ'ଣ ?' ସେତବେେଳେ ତୁମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଉତ୍ତର କରିବ, 'ତୁମ୍ଭମାନେେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ଯାଗ କରିବି। ଏହା ସଦାପ୍ରଭୁ କହନ୍ତି।
34ଯଦି କୌଣସି ଭବିଷ୍ଯଦବକ୍ତା କିଅବା ଯାଜକ କିଅବା ଲୋକମାନଙ୍କ ମଧ୍ଯରୁ ଯେ କହେି କ ହେ, 'ସଦାପ୍ରଭୁଙ୍କର ବାର୍ତ୍ତା ଏକ ଭାରୀ', ମୁଁ ସେ ଲୋକକୁ ଓ ତାହାର ପରିବାରକୁ ଶାସ୍ତି ଦବେି।
35ତୁମ୍ଭମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକି ଓ ଆପଣା ଭ୍ରାତାକୁ ପଚାରିବ, 'ସଦାପ୍ରଭୁ କି ଉତ୍ତର ଦଇେଅଛନ୍ତି ?' 'ସଦାପ୍ରଭୁ କି କଥା କହିଅଛନ୍ତି ?'
36ତୁମ୍ଭମାନେେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, 'ସଦାପ୍ରଭୁଙ୍କର ବାର୍ତ୍ତା' ବୋଝ ବୋଲି। କାରଣ ତୁମ୍ଭମାନେେ ପ୍ରେତ୍ୟକକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ବରଙ୍କ ବାକ୍ଯକୁ କଦର୍ଥ କରିଅଛ।
37ତୁମ୍ଭେ ଯଦି ପରମେଶ୍ବରଙ୍କ ବାର୍ତ୍ତା ଜାଣିବାକୁ ଚାହୁଁଛ, ତବେେ ଜଣେ ଭବିଷ୍ଯଦବକ୍ତାଙ୍କୁ ଏହିକଥା କହିବ, 'ସଦାପ୍ରଭୁ କି ଉତ୍ତର ଦଇେଅଛନ୍ତି ?' 'ସଦାପ୍ରଭୁ କି କଥା କହିଛନ୍ତି ?'
38ମାତ୍ର 'ତୁମ୍ଭମାନେେ ସଦାପ୍ରଭୁଙ୍କର ଭାରୋକ୍ତି ବୋଲି' କୁହ ନାହିଁ। ତୁମ୍ଭମାନେେ ଯଦି ଏହିକଥା କୁହ, ତବେେ ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କର ଭାରୋକ୍ତି ନ କହିବାକୁ କହିଥିଲୁ, ତଥାପି 'ତୁମ୍ଭମାନେେ ସହେି ଉଚ୍ଚ ଶବ୍ଦ ବ୍ଯବହାର କଲ ?'
39ମାତ୍ର ତୁମ୍ଭମାନେେ ଆମ୍ଭର ବାକ୍ଯକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦଇେଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା।
40ଆମ୍ଭେ ଏପରି ଦୁର୍ନାମ ଓ ଲଜ୍ଜ୍ଯା ତୁମ୍ଭମାନଙ୍କୁ ଚିରକାଳ ଭୋଗଇବା, ଯାହାକୁ ତୁମ୍ଭମାନେେ କବେେ ଭୁଲିପାରିବ ନାହିଁ।'
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.