ମାଥିଉଲିଖିତ ସୁସମାଚାର
Chapter 7
ଓଡ଼ିଆ ବାଇବେଲ1ଅନ୍ୟର ବିଚାର କରନାହିଁ। ତା' ହେଲେ ପରମେଶ୍ବର ତୁମ୍ଭର ବିଚାର କରିବେ ନାହିଁ।
2ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।
3ତୁମ୍ଭେ ତୁମ୍ଭ ଭାଇ ଆଖି ରେ ପଡିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖି ରେ ପଡିଥିବା କାଠଗୁଣ୍ଡଟି ଦେଖିପାରୁନାହଁ?
4ତୁମ୍ଭ ନିଜ ଆଖି ରେ କାଠଗୁଣ୍ଡଟି ପଡିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହିପାରୁଛ ଯେ, ଦଖାେଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢି ଦବେି!
5ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର। ତା' ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତାପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢି ଆଣି ପାରିବ।
6'କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅନାହିଁ, କାରଣ ସମାନେେ ବୁଲି ପଡି ତୁମ୍ଭକୁ କାମୁଡି ପାରନ୍ତି। ଘୁଷୁରିମାନଙ୍କ ଆଗ ରେ ନିଜର ମାେତି ପକାଅ ନାହିଁ, କାରଣ ସମାନେେ ମାେତିକୁ ଗୋଡ ରେ ଦଳି ଦଇେ ଗ୍ଭଲିଯିବେ।
7ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।
8କାରଣ ଯେଉଁଲୋକ ମାଗୁଥାଏ, ସେ ପାଏ। ଯେଉଁଲୋକ ଖାଜେୁଥାଏ, ସେ ପାଏ ଓ ଯାଉଁ ଲୋକ ଦ୍ବାର ଠକ୍ ଠକ୍ କରୁଥାଏ, ତା ପାଇଁ କବାଟ ଲିଯାଏ।
9'ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ ତୁମ୍ଭେ କଣ ତାକୁ ପଥରଟିଏ ଦବେ।
10ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ'ଣ ତାକୁ ସାପଟିଏ ଦବେ? ନା! ତୁମ୍ଭେ ଦବନୋହିଁ?
11ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!
12ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
13ସ୍ବର୍ଗ ପଥରେ କଢାଇ ନେଉଥିବା ଅଣଓସାରିଆ ଫାଟକ ଦଇେ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପଶସ୍ତ ରାସ୍ତା ନର୍କ ଆଡକୁ ଯାଏ। ବହୁତ ଲୋକ ସହେି ରାସ୍ତା ରେ ଯାଆନ୍ତି।
14ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।
15ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।
16ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।
17ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,
18ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।
19ଯେଉଁ ଗଛ ରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ।
20ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।
21ମାେତେ 'ପ୍ରଭୁ' 'ପ୍ରଭୁ' କହୁଥିବା ପ୍ରେତ୍ୟକକ ଲୋକ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁଯାଯୀ କାମ କରେ, ସହେି ବ୍ଯକ୍ତି କବଳେ ସଠାେରେ ପ୍ରବେଶ କରିବ।
22ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?
23ତବେେ ମୁଁ ସମାନଙ୍କେୁ ଖାେଲାଖାଲିେ ଭାବରେ କହିବି ଯେ, 'ମୁଁ ତୁମ୍ଭକୁ ଆଦୌ ଜାଣିନି। ଆ ରେ କୁକର୍ମୀମାନେ, ମାେ ପାଖରୁ ଚାଲିଯାଅ।'
24 ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
25ବର୍ଷା ହେଲା, ବଢି ମାଡି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତାର ମୂଳଦୁଆ ପଥର ଉପରେ ରହିଥଲା।
26କିନ୍ତୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, କିନ୍ତୁ ସଗେୁଡିକୁ ମାନି ଚଳନୋହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ଯକ୍ତି ଭଳି।
27ବର୍ଷା ହେଲା, ବଢି ମାଡିଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ ଏବଂ ସହେି ଘରଟି ପୁରାପୂରି ଭାଙ୍ଗି ପଡିଲା।
28ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।
29କାରଣ ସେ ସମାନଙ୍କେୁ ସମାନଙ୍କେର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନଦଇେ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.