Home ପ୍ରଥମ ରାଜାବଳୀ 21 · ଓଡ଼ିଆ ବାଇବେଲ

ପ୍ରଥମ ରାଜାବଳୀ

Chapter 21

ଓଡ଼ିଆ ବାଇବେଲ
1ଶମରିଯା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ୟିଷ୍ରିଯଲେୀଯ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।
2ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।
3ନାବୋତ ଆହାବ୍ଙ୍କୁ କହିଲେ, ମୁଁ କବେେ ହେଲେ ମାରେ ପୈତୃକ ଭୂମିକୁ ତୁମ୍ଭକୁ ଦବେି ନାହିଁ, ଏହା ପରମେଶ୍ବର ମନା ନକରନ୍ତୁ।
4ନାବୋତଙ୍କ କଥା ଆହାବ୍ଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, ପୈତୃକ ସମ୍ପତ୍ତି ଦବେେ ନାହିଁ ବୋଲି ମନା କଲେ। ତେଣୁ ଏପରି ଖରାପ ମିଜାସ ରେ ସେ ଘରକୁ ଫରେିଲେ। ଏଣୁ ଆହାବ୍ ନ ଖାଇ ନ ପିଇ ଶୟ୍ଯା ରେ ପଡି ରହିଲେ।
5ଆହାବ୍ଙ୍କ ପତ୍ନୀ ଈଷବଲେ ତାଙ୍କ ନିକଟକୁ ୟାଇ ତାଙ୍କୁ କହିଲେ, ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁନାହିଁ?
6ଆହାବ୍ ଉତ୍ତର ରେ କହିଲେ, ମୁଁ ୟିଷ୍ରିଯଲେୀଯ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମାେତେ ଦିଅ ଓ ତା' ବଦଳ ରେ ରେ ୗପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମାରେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ଯାଉନାହିଁ।
7ତାଙ୍କର ପତ୍ନୀ ଈଷବଲେ ତାଙ୍କୁ କହିଲେ, ତୁମ୍ଭେ କ'ଣ ଇଶ୍ରାୟେଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ୟିଷ୍ରିଯଲେୀଯ ନାବୋତର ଦ୍ରାକ୍ଷାକ୍ଷେତ୍ର ଦବେି।
8ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।
9ସହେି ପତ୍ର ରେ ସେ ଏହା ଲେଖିଥିଲେ:
10ଦୁଇଜଣ ପାପଧମ ଲୋକଙ୍କୁ ଖାଜେ ଓ ସମାନଙ୍କେୁ ନାବୋତ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବୋକୁ କୁହ। ସମାନେେ କହିବେ ଯେ, ସମାନେେ ଶୁଣିଲେ, ନାବୋତ ପରମେଶ୍ବର ଓ ରାଜାଙ୍କୁ ଅଭିଶାପ ଦଇେଛନ୍ତି। ତା'ପରେ ତାକୁ ନଗର ବାହାରକୁ ନଇେ ପଥରମାରି ବଧ କର।
11ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷବଲଙ୍କେ ପ୍ ରରେିତ ପତ୍ର ଅନୁସାରେ କାର୍ୟ୍ଯ କଲେ।
12ସମାନେେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରୀତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖ ରେ ନାବୋତକୁ ଏକ ବିଶଷେ ଉଚ୍ଚ ସ୍ଥାନ ରେ ବସାଇଲେ।
13ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।
14ତତ୍ପରେ ସମାନେେ ଈଷବଲେ ନିକଟକୁ ବାର୍ତ୍ତା ପ୍ ରରଣେ କରି କହିଲେ, ନାବୋତ ପ୍ରସ୍ତରାଘାତ ରେ ମୃତ୍ଯୁବରଣ କରିଛି।
15ଯେତବେେଳେ ଈଷବଲେ ନାବୋତର ମୃତ୍ଯୁ ସମ୍ବାଦ ଶୁଣିଲେ, ସେ ଆହାବ୍ଙ୍କୁ କହିଲେ, ୟିଷ୍ରିଯଲେୀଯ ନାବୋତ ଯେ କି ରେ ୗପ୍ୟ ମୁଦ୍ରା ଦଇେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା'ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।
16ତେଣୁ ଆହାବ୍ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେ କ୍ଷତକେୁ ଅଧିକାର କଲେ।
17ଏହି ସମୟରେ ତିଶ୍ବୀଯ ଏଲିଯଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା:
18ଶମରିଯାର ବାସିନ୍ଦା ଇଶ୍ରାୟେଲର ରାଜା ଆହାବ୍ ନିକଟକୁ ୟାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ର ରେ ଅଛି; ସେ ତା'ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ୟାଇଛି।
19ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
20ଏଲିଯ ଆହାବ୍ଙ୍କ ନିକଟକୁ ଗଲେ, ଆହାବ୍ ଏଲିଯଙ୍କୁ କହିଲେ, ତୁମ୍ଭେ ପୁଣି ମାେତେ ଦଖାେ ଦଲେ, ତୁମ୍ଭେ ସର୍ବଦା ମାରେ ବିରୁଦ୍ଧ ରେ ରହିଛ।
21ତେଣୁ ସଦାପ୍ରଭୁ କହନ୍ତି, 'ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ଫୁ ସନ୍ତାନମାନଙ୍କୁ ନିଃଶଷେ କରିବି।
22ତୁମ୍ଭର ପରିବାର ଭାଗ୍ଯ ସହେିଭଳି ହବେ, ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯ ପୁତ୍ର ବାଶାର ବଂଶ ତୁଲ୍ଯ ସମ୍ପୂର୍ଣ୍ଣ ଧ୍ବଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ବାରା ମାେତେ ବିରକ୍ତ କରିଅଛ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଅଛ।'
23ଆଉ ସଦାପ୍ରଭୁ କହିଲେ, 'ତୁମ୍ଭର ପତ୍ନୀ ଈଷବଲରେ ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ୟିଷ୍ରିଯଲେ ନଗରର କୁକୁରମାନେ ଖାଇବେ।
24ଆହାବ୍ର ଯେଉଁ ଲୋକ ନଗର ରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ର ରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।'
25ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।
26ଆହାବ୍ ପ୍ରତିମାଗଣଙ୍କୁ ଉପାସନା କରି ଇ ମାରେୀଯମାନଙ୍କ ପରି ଅତିଶଯ ପାପ କଲେ। ତେଣୁ ସଦାପ୍ରଭୁ ସମାନଙ୍କେର ସମସ୍ତ ଭୂମି ନଇେ ଇଶ୍ରାୟେଲୀୟମାନଙ୍କୁ ଦଇେ ଦେଲେ।
27ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।
28ସଦାପ୍ରଭୁଙ୍କର ଏହି ବାକ୍ଯ ତିଶ୍ବୀଯ ଏଲିଯଙ୍କ ନିକଟରେ ଉପସ୍ଥିତ ହେଲା,
29ଆହାବ୍ ତା'ର କୁକର୍ମ ବିଷଯ ରେ ଅନୁତାପ କରି ମାେ ସମ୍ମୁଖ ରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହତେୁ ମୁଁ ବର୍ତ୍ତମାନ ତା'ର ଜୀବନ ରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ୟ୍ଯଯ ଆଣିବି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme