Home ପ୍ରଥମ ରାଜାବଳୀ 13 · ଓଡ଼ିଆ ବାଇବେଲ

ପ୍ରଥମ ରାଜାବଳୀ

Chapter 13

ଓଡ଼ିଆ ବାଇବେଲ
1ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।
2ସଦାପ୍ରଭୁଙ୍କ ନିର୍ଦ୍ଦେଶ ରେ ପରମେଶ୍ବରଙ୍କ ସହେି ଲୋକ ଜଣକ ୟଜ୍ଞବଦେୀ ବିପକ୍ଷ ରେ ଉଚ୍ଚସ୍ବର ରେ କହିଲେ,
3ଆଉ ସହେି ପରମେଶ୍ବରଙ୍କ ଲୋକ ସହେିଦିନ ଏକ ଚିହ୍ନ ଦଇେ କହିଲେ, ଭବିଷ୍ଯତ ରେ ଏହା ହବେ। 'ଏଠାକୁ ଦେଖ, ଏହି ବଦେୀ ଖଣ୍ତ ଖଣ୍ତ ହାଇେ ଭାଙ୍ଗି ପଡିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡି ହାଇେ ପଡିବ।'
4ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।
5ଆଉ ମଧ୍ଯ ପରମେଶ୍ବରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ଯ ଦ୍ବାରା ଯେଉଁ ସଙ୍କତେ ଦଇେଥିଲେ, ବଳିଦାନର ୟଜ୍ଞବଦେୀ ଭାଙ୍ଗି ଖଣ୍ତ ଖଣ୍ତ ହାଇଗେଲା ଓ ଭସ୍ମ ଅଜାଡି ହାଇେ ପଡିଲା।
6ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।
7ତା'ପରେ ରାଜା ପରମେଶ୍ବରଙ୍କ ଲୋକଙ୍କୁ କହିଲେ, ତୁମ୍ଭେ ମାେ ସହିତ ଗୃହକୁ ଆସ। ମାେ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦବୋ ପାଇଁ ଯାଉଅଛି।
8ମାତ୍ର ପରମେଶ୍ବରଙ୍କ ଲୋକ ରାଜାଙ୍କୁ କହିଲେ, ତୁମ୍ଭେ ଆପଣା ରାଜ୍ଯର ଅର୍ଦ୍ଧକେ ଅଂଶ ଦେଲେ ମଧ୍ଯ ମୁଁ ତୁମ୍ଭ ସହିତ ୟିବି ନାହିଁ। ଆଉ ମଧ୍ଯ ମୁଁ ଏ ସ୍ଥାନ ରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ।
9କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି। ଆଉ ମଧ୍ଯ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସହେି ପଥରେ ଫରେିବ ନାହିଁ।
10ତେଣୁ ସେ ବୈଥଲକେୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫରେି ଅନ୍ୟ ପଥରେ ଫରେିଲା।
11ସେ ସମୟରେ ବୈଥଲେ ରେ ଜଣେ ପ୍ରାଚୀନ ଭବିଷ୍ଯଦବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥଲେ ରେ ପରମେଶ୍ବରଙ୍କ ଲୋକ ଯାହା ଯାହା କରିଥିଲେ ତାହାସବୁ ତାଙ୍କୁ ଜଣାଇଲେ। ସମାନେେ ପରମେଶ୍ବରଙ୍କ ଲୋକ ୟାରବିଯାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ଯ ଆପଣା ପିତାଙ୍କୁ ଜଣାଇଲେ।
12ସମାନଙ୍କେ ପିତା ସମାନଙ୍କେୁ ପଚାରିଲେ, ସେ କେଉଁ ପଥରେ ଫରେିଲେ? ପରମେଶ୍ବରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ୟାଇଥିଲେ, ତାହା ସମାନେେ ତାଙ୍କର ପିତାଙ୍କୁ ଦଖାଇେଲେ।
13ବୃଦ୍ଧ ଯାଜକ ତା'ର ପୁତ୍ରମାନଙ୍କୁ ତା'ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶିଘ୍ର ୟାତ୍ରା କଲେ।
14ଏହାପରେ ସେ ପରମେଶ୍ବରଙ୍କ ଲୋକର ପେଛ ପେଛ ୟାଇ ତାଙ୍କୁ ଗୋଟିଏ ଆଲୋନ ବୃକ୍ଷ ମୂଳ ରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୁଦାରୁ ଆଗତ ପରମେଶ୍ବରଙ୍କ ଲୋକ?
15ତେଣୁ ସେ ତାଙ୍କୁ ଅନୁ ରୋଧ କଲେ, ମାେ ଗୃହକୁ ଆସ ଓ ମାେ ସହିତ ଭୋଜନ କର।
16ମାତ୍ର ପରମେଶ୍ବରଙ୍କ ଲୋକ ଉତ୍ତର ଦେଲେ, ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ୟାଇପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନ ରେ ପାନ ବା ଭୋଜନ କରିବି ନାହିଁ।
17କାରଣ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି, 'ତୁମ୍ଭେ ଭୋଜନ କରିବ ନାହିଁ କି ଜଳପାନ ଏଠା ରେ କରିବ ନାହିଁ। ଏବଂ ଯେଉଁ ପଥ ଦଇେ ଆସିଥିଲ,ସହେି ପଥ ଦଇେ ଫରେି ୟାଅନାହିଁ।'
18ଏଥି ରେ ବୃଦ୍ଧ ଭବିଷ୍ଯଦ୍ବକ୍ତା କହିଲେ, ମୁଁ ମଧ୍ଯ ତୁମ୍ଭ ପରି ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ସେ ମିଥ୍ଯା କହି ତାଙ୍କୁ ଜଣାଇଲେ, ଜଣେ ଦୂତ ସଦାପ୍ରଭୁଙ୍କ ଦ୍ବାରା ପ୍ ରରେିତ ହାଇେ ମାେତେ କହିଲେ ତୁମ୍ଭେ ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନଇେ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।
19ତେଣୁ ପରମେଶ୍ବରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ୟାଇ ଅନ୍ନ ଭୋଜନ ଓ ଜଳପାନ କଲେ।
20ଯେତବେେଳେ ସମାନେେ ମଜେ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ଯ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ୟିଏକି ତାଙ୍କୁ ତା'ର ଘରକୁ ଆଣିଥିଲା।
21ଯିହୁଦାରୁ ସହେି ପରମେଶ୍ବରଙ୍କ ଲୋକକୁ ଭବିଷ୍ଯଦ୍ବକ୍ତା କହିଲେ, ସଦାପ୍ରଭୁ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରିନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଆଜ୍ଞା ଦେଲେ।
22ସଦାପ୍ରଭୁ ତୁମ୍ଭଙ୍କୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନ ରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫରେି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ହବେ ନାହିଁ।
23ପରମେଶ୍ବରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ଯଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ଯାଗ କଲା।
24ଗୃହ ଅଭିମୁଖେ ୟାତ୍ରା କରୁଥିବା ସମୟରେ ପଥ ମଧିଅରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସହେି ପଥ ମଧିଅରେ ପଡି ରହିଲା! ଗଧ ଓ ସିଂହ ସହେି ଶବ ନିକଟରେ ଛିଡା ହାଇେ ରହିଲେ।
25ଏହାପରେ ସହେି ପଥରେ ଯାଉଥିବା କେତକେ ଲୋକ ଶବଟି ପଡିଥିବାର ଓ ଶବ ନିକଟରେ ସିଂହ ଠିଆ ହାଇେଥିବାର ଦେଖିଲେ। ତା'ପରେ ସମାନେେ ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ।
26ଏହା ଶୁଣିକି ବୃଦ୍ଧ ଭବିଷ୍ଯଦ୍ବକ୍ତା ୟିଏ ପରମେଶ୍ବରଙ୍କ ଲୋକକୁ ଫରୋଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦଇେଥିଲେ, ସେ କହିଲେ, ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ବାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ହେଲା। ଯେଉଁଟାକି ସେ ତାକୁ କହିଥିଲେ।
27ତା'ପରେ ସହେି ଭବିଷ୍ଯଦ୍ବକ୍ତା ନିଜ ପୁତ୍ରମାନଙ୍କୁ କହିଲେ, ମାରେ ଗଧଟିକୁ ସଜାଇ ଦିଅ। ତେଣୁ ତାଙ୍କର ପୁତ୍ରମାନେ ଗଧଟିକୁ ସଜାଇ ଦେଲେ।
28ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ବାହାରି ଗଲେ ଓ ପଥ ମଧିଅରେ ସହେି ଶବ ପଡିଥିବାର ଦେଖିଲେ। ଶବ ନିକଟରେ ସହେି ଗଧ ଓ ସିଂହ ଛିଡା ହାଇେଥିଲେ। ସିଂହ ଶବଟିକୁ ଖାଇ ନଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନଥିଲା।
29ସହେି ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବଟିକୁ ନିଜ ଗଧ ପିଠି ରେ ରଖିଲେ। ଶାେକ କରିବା ପାଇଁ ଓ କବର ଦବୋପାଇଁ ସହେି ଶବକୁ ଆପଣା ନଗରକୁ ଆଣିଲେ।
30ସେ ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବକୁ ନିଜ ପିତୃଲୋକଙ୍କ କବର ରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, ହେ ମାରେ ଭାଇ, ମୁଁ ତୁମ୍ଭ ପାଇଁ ବିଶଷେ ଦୁଃଖିତ।
31ସେ ଶବଟିକୁ କବର ଦଲୋପରେ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, ମୁଁ ମଲେ, ଯେଉଁ କବର ରେ ପରମେଶ୍ବରଙ୍କ ଲୋକ କବର ପାଇଅଛି ମାେତେ ସହେି ସ୍ଥାନ ରେ କବର ଦବେ ଓ ତାହାର ଅସ୍ଥି ନିକଟରେ ମାରେ ଅସ୍ଥି ରଖିବ।
32କାରଣ ସେ ବୈଥଲେସ୍ଥ ୟଜ୍ଞବଦେୀ ବିରୁଦ୍ଧ ରେ ଓ ଶମରିଯା ନାନା ନଗରିସ୍ଥ ଉଚ୍ଚ ସ୍ଥଳୀର ସମସ୍ତ ଗୃହ ବିରୁଦ୍ଧ ରେ ସଦାପ୍ରଭୁ ସହେି ଲୋକ ମାଧ୍ଯମ ରେ ଯାହା କହିଥିଲେ ତାହା ନିଶ୍ଚିତ ସତ ହବେ।
33ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
34ସହେି ପାପ ୟାରବିଯାମ ବଂଶକୁ ଓ ତା'ର ରାଜ୍ଯକୁ ଧ୍ବଂସ ଓ ବିଲୋପ କରିବାର କାରଣ ହେଲା।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme