Home ପରମଗୀତ 6 · ଓଡ଼ିଆ ବାଇବେଲ

ପରମଗୀତ

Chapter 6

ଓଡ଼ିଆ ବାଇବେଲ
1ଆଗୋ ନାରୀଗଣ ମଧିଅରେ ପରମ ସୁନ୍ଦରୀ। ତୁମ୍ଭର ପ୍ରିଯତମ କୁଆଡ଼େ ୟାଇଛନ୍ତି। ତୁମ୍ଭ ସଙ୍ଗେ ଆମ୍ଭମାନେେ ଯମେନ୍ତ ଖାଜେି ପାରିବା ଏଥିପାଇଁ ତୁମ୍ଭ ପ୍ରିଯତମ କେଉଁ ଆଡ଼କୁ ୟାଇଛନ୍ତି କୁହ।
2ମାହେର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ ରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି।
3ମୁଁ ଆପଣା ପ୍ରିଯତମଙ୍କର ଓ ମାେ ପ୍ରିଯତମ ମାହେର। ସେ ଶାେଶନ୍ ପୁଷ୍ପ ବନ ରେ ଆପଣା ପଲ ଚରାନ୍ତି।
4ଆଗୋ ମାରେ ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ୟିରୁଶାଲମ ପରି ଶୋଭାବତୀ, ଧୂଜାଧାରି ସୈନ୍ଯପରି ଭୟଙ୍କରୀ।
5ତୁମ୍ଭେ ମାେ ଆଡ଼ୁ ଆପଣା ଆଖି ଫରୋଅ, କାରଣ ତଦ୍ବାରା ମୁଁ ପରାସ୍ତ ହାଇେଅଛି। ତୁମ୍ଭର କେଶ ଗିଲିଯଦର ଚଟାଣରୁ ତଳକୁ ଆସୁଥିବା ଏକ ଛଳେିପଲ ତୁଲ୍ଯ।
6ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ଉଥିତା ମଷେୀପଲ ତୁଲ୍ଯ। ସମାନଙ୍କେ ପ୍ରେତ୍ୟକକର ୟାଆଁଳା ଛୁଆ ଅଛି, ଆଉ ସମାନଙ୍କେ ମଧ୍ଯରୁ କାହାରି ଛୁଆ ମରି ନାହିଁ।
7ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ।
8ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।
9ମାତ୍ର ମାେ କପୋତୀ, ମାରେ ନିପୁଣାଟି ଅଦ୍ବିତୀଯା। ସେ ଆପଣା ମାତାର ଏକମାତ୍ର। ସେ ଜଣଙ୍କର ପ୍ରିଯ ୟିଏ ତାକୁ ଗର୍ଭଧାରଣ କଲେ। କନ୍ଯାମାନେ ତାହାକୁ ଦେଖି ଧନ୍ଯା ବୋଲି କହିଲେ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
10ଏହି ଯେ ଅରୁଣ ତୁଲ୍ଯ ଉଦୀଯମନା, ଚନ୍ଦ୍ରମା ତୁଲ୍ଯ ସୁନ୍ଦରୀ, ସୂର୍ୟ୍ଯ ତୁଲ୍ଯ ବିଶୁଦ୍ଧତା, ଧୂଜା ବିଶିଷ୍ଟ ସୈନ୍ଯତୁଲ୍ଯ ଭୟଙ୍କର, ସେ କିଏ?
11ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।
12ମୁଁ ଅନୁଭବ କଲା ପୂର୍ବରୁ ମୁଁ ମାେ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖ ରେ ପାଇଲି।
13ହେ ଶୂଲମିଯରେ ନାରୀ, ଫରେିଆସ, ଫରେିଆସ ଆମ୍ଭମାନେେ ତୁମ୍ଭକୁ ଦେଖିବା ପାଇଁ ଚାହୁଁଛୁ। ଯେତବେେଳେ ସେ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍ଭମାନେେ ଶୂଲମିଯାଯ ନାରୀକୁ କାହିଁକି ଅନାଇବ ?
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme