Home ଦିତୀୟ ବଂଶାବଳୀ 21 · ଓଡ଼ିଆ ବାଇବେଲ

ଦିତୀୟ ବଂଶାବଳୀ

Chapter 21

ଓଡ଼ିଆ ବାଇବେଲ
1ଏହାପରେ ଯିହାଶାଫେଟ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗର ରେ କବର ପାଇଲେ। ଯିହାଶାଫେଟ୍ଙ୍କ ସ୍ଥାନ ରେ ଯିହାରୋମ୍ ନୂତନ ରାଜା ହେଲେ।
2ଯିହାରୋମ୍ ଯିହାଶାଫେଟ୍ଙ୍କ ପୁତ୍ର ଥିଲେ।' ଯିହାରୋମ୍ଙ୍କ ଭ୍ରାତାମାନେ ଥିଲେ ଅସରିଯ, ୟିହୀଯେଲ୍, ଜିଖରିଯ, ଅସରିଯାହ, ମୀଖାଯଲେ, ଶଫ୍ଟିଯ। ଏହି ବ୍ଯକ୍ତିମାନେ ଯିହାଶାଫେଟ୍ଙ୍କର ପୁତ୍ରଗଣ ଥିଲେ। ଯିହାଶାଫେଟ୍ ଯିହୁଦାର ରାଜା ଥିଲେ।
3ଯିହାଶାଫେଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନକେ ବହୁମୂଲ୍ଯ ପଦାର୍ଥ ଉପହାର ଦଇେଥିଲେ। ସେ ସମାନଙ୍କେୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ଯ ପ୍ରଦାନ କରିଥିଲେ। କିନ୍ତୁ ଯିହାଶାଫେଟ୍, ଯିହାରୋମ୍ଙ୍କୁ ରାଜ୍ଯ ଦେଲେ, କାରଣ ସେ ତାଙ୍କର ଜେଷ୍ଠ ପୁତ୍ର ଥିଲେ।
4ଯିହାରୋମ୍ ତାଙ୍କର ପିତାଙ୍କର ରାଜ୍ଯପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହାପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏବଂ ଖଡ୍ଗ ବ୍ଯବହାର କଲେ। ସେ ଇଶ୍ରାୟେଲର କେତକେ ନେତାଙ୍କୁ ମଧ୍ଯ ବଧ କଲେ।
5ଯିହାରୋମ୍ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ ବର୍ଷ ବଯସ ହାଇେଥିଲା। ସେ ୟିରୁଶାଲମ ରେ ଆଠବର୍ଷ ରାଜତ୍ବ କଲେ।
6ସେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସହେିପରି ଜୀବନ କାଟିଲେ। କାରଣ ଯିହାରୋମ୍ ଆହାବ୍ଙ୍କର କନ୍ଯାକୁ ବିବାହ କରିଥିଲେ। ଆଉ ୟିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କର୍ମ କଲେ।
7କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହତେୁ ଦାଉଦଙ୍କ ଗୃହକୁ ଧ୍ବଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ବଳାଇ ରଖିବେ।
8ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।
9ତେଣୁ ଯିହାରୋମ୍ ତାଙ୍କର ସମସ୍ତ ସନୋପତିଗଣ ଓ ରଥଗୁଡ଼ିକୁ ନଇେ ଇଦୋମକୁ ଗଲେ। ଯିହାରୋମ୍ ରାତି ରେ ଇଦୋମୀଯମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀଯ ସୈନ୍ଯଦଳ ୟି ହରୋମ୍ ଓ ତାଙ୍କ ସୈନ୍ଯଦଳ ତଥା ରଥସବୁର ଚତୁର୍ଦ୍ଦିଗରୁ ଘରେିଗଲେ।
10ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହାଇେ ରହିଅଛି। ଲିବ୍ନା ସହରର ଲୋକମାନେ ମଧ୍ଯ ଯିହାରୋମ୍ଙ୍କ ବିରୁଦ୍ଧ ରେ ଉଠିଲେ। ଯିହାରୋମ୍ ସଦାପ୍ରଭୁ ପରମେଶ୍ବରଙ୍କୁ ତ୍ଯାଗ କରିଥିବାରୁ ଏହିପରି ଘଟିଲା। ସେ ଯିହାରୋମ୍ଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ବର ଅଟନ୍ତି।
11ଯିହାରୋମ୍ ଯିହୁଦାର ପର୍ବତମାନଙ୍କ ରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହାରୋମ୍ ୟିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗଇେ ନେଲେ।
12ଯିହାରୋମ୍ ଭବିଷ୍ଯତ୍ବକ୍ତା ଏଲୀଯଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସହେି ବାର୍ତ୍ତା ରେ ଏହିପରି ଲଖାେଥିଲା : ସଦାପ୍ରଭୁ ପରମେଶ୍ବର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସହେି ପରମେଶ୍ବର ଅଟନ୍ତି। ସଦାପ୍ରଭୁ କହନ୍ତି, 'ଯିହାରୋମ୍, ତୁମ୍ଭ ପିତା ଯିହାଶାଫେଟ୍ ଯେଉଁ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସପରେି ଜୀବନୟାପନ କରି ନାହଁ।
13କିନ୍ତୁ ତୁମ୍ଭେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କରିଅଛ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପରମେଶ୍ବରଙ୍କ ଇଚ୍ଛାନୁୟାଯୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସମାନେେ ପରମେଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ହାଇେଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ଯା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ।
14ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦବେେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ।
15ତୁମ୍ଭର ଅନ୍ତ ରେ ଏକ ଭୟଙ୍କର ରୋଗ ହବେ। ତାହା ଦିନକୁ ଦିନ ପ୍ରବଳତର ହବେ। ଶଷେ ରେ ସହେି ଭୟଙ୍କର ରୋଗ ହତେୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।'
16କୂଶୀଯମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀଯମାନଙ୍କୁ ଯିହାରୋମ୍ଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ।
17ସହେି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସମାନେେ ରାଜାଙ୍କ ଗୃହ ରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହାରୋମ୍ଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନଇଗେଲେ। କବଳେ ଯିହାରୋମ୍ଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇୟାଇଥିଲା। ଯିହାରୋମ୍ଙ୍କ କନିଷ୍ଠ ପୁତ୍ରର ନାମ ଥିଲା ୟିହୋଯାହସ୍।
18ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହାରୋମ୍ଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗ ରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହାଇେ ପାରିଲା ନାହିଁ।
19ଆଉ, ଦୁଇବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହତେୁରୁ ଯିହାରୋମ୍ଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ଯନ୍ତ ୟନ୍ତ୍ରଣା ଭୋଗି ସେ ମୃତ୍ଯୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସପରେି ୟିହୋରାମ୍ଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ।
20ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme