Home ଦିତୀୟ ବଂଶାବଳୀ 11 · ଓଡ଼ିଆ ବାଇବେଲ

ଦିତୀୟ ବଂଶାବଳୀ

Chapter 11

ଓଡ଼ିଆ ବାଇବେଲ
1ରିହବିଯାମ୍ ଯେତବେେଳେ ୟିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ଯରୁ 1,80,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ଯାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିଯାମ୍ ଯେପରି ତାଙ୍କର ରାଜ୍ଯ ଫରେିପାଇବେ, ଏଥିନିମନ୍ତେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ସହେି ସୈନ୍ଯମାନଙ୍କୁ ଏକତ୍ର କଲେ।
2କିନ୍ତୁ ସଦାପ୍ରଭୁଙ୍କଠାରୁ ଶମଯିଯଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମଯିଯ ପରମେଶ୍ବରଙ୍କର ଜଣେ ବ୍ଯକ୍ତି ଥିଲେ। ସଦାପ୍ରଭୁ କହିଲେ,
3ଶମଯିଯା ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିଯାମ୍ ଏବଂ ଯିହୁଦା ଓ ବିନ୍ଯାମୀନ ନଗର ରେ ବାସ କରୁଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ କୁହ। ସମାନଙ୍କେୁ କୁହ :
4ସଦାପ୍ରଭୁ ଏହା କହନ୍ତି, 'ତୁମ୍ଭମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବ ନାହିଁ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଯାଉ। ଆମ୍ଭେ ଏହା ଘଟାଇଅଛୁ।' ଅତଏବ ରାଜା ରିହବିଯାମ୍ ଓ ତାଙ୍କର ସୈନ୍ଯଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ଯ ହେଲେ ଓ ଫରେିଗଲେ। ସମାନେେ ୟାରବିଯାମ୍ଙ୍କ ଉପରେ ଆକ୍ରମଣ କଲେ ନାହିଁ।
5ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।
6ସେ ବୈଥ୍ଲେ ହେମ୍, ଐଟମ୍, ତକୋଯର ସମସ୍ତ ନଗରକୁ ସୁଦୃଢ଼ କଲେ।
7ବୈଥ୍ସୂର୍, ସୋଖୋ, ଅଦୂଲମ୍,
8ଗାଥ୍, ମା ରଶାେ, ସୀଫ୍,
9ଅଦୋରଯିମ୍, ଲାଖୀଶ୍, ଅ ସକୋ,
10ସରା, ଅଯାଲୋନ୍ ଓ ହିବ୍ରୋଣ୍ର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ଯାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।
11ଯେତବେେଳେ ରିହବିଯାମ୍ ସହେି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସଠାେରେ ସନୋଧ୍ଯକ୍ଷମାନଙ୍କୁ ସ୍ଥାପନ କଲେ। ସେ ସହେି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ଯ ଯୋଗଣ କଲେ।
12ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।
13ଇଶ୍ରାୟେଲର ସମସ୍ତ ଯାଜକ ଓ ଲବେୀୟଗଣ ରିହବିଯାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ୟୋଗ ଦେଲେ।
14ଲବେୀୟମାନେ ସମାନଙ୍କେର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ଯାଗ କଲେ ଏବଂ ଯିହୁଦା ଓ ୟିରୁଶାଲମକୁ ଚାଲିଆସିଲେ। ରିହବିଯାମ୍ ଓ ତାଙ୍କର ପୁତ୍ରମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସବୋକାର୍ୟ୍ଯ କରିବାକୁ ବାରଣ କରିବାରୁ ସମାନେେ ଏହିପରି କଲେ।
15ୟାରବିଯାମ୍ ଉଚ୍ଚସ୍ଥାନମାନଙ୍କ ରେ ସବୋକାର୍ୟ୍ଯ କରିବା ନିମନ୍ତେ ସ୍ବଯଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କ ରେ କି ସେ ନିର୍ମାଣ କରିଥିବା ଛଳେି ଓ ବାଛୁରୀର ପ୍ରତିମା ସ୍ଥାପନ କରିଥିଲେ।
16ଏହାପରେ ଇଶ୍ରାୟେଲ ସହେି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ, ସମାନଙ୍କେର ପିତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ୟିରୁଶାଲମକୁ ଆସିଲେ।
17ସହେି ଲୋକମାନେ ଯିହୁଦା ରାଜ୍ଯକୁ ସୁଦୃଢ଼ କଲେ। ଆଉ ସମାନେେ ତିନି ବର୍ଷ ପର୍ୟ୍ଯନ୍ତ ଶଲୋମନଙ୍କ ପୁତ୍ର ରିହବିଯାମ୍ଙ୍କର ସପକ୍ଷ ରେ ରହିଲେ। ସମାନେେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗ ରେ ଜୀବନ କାଟୁଥିଲେ, ସହେି ସମୟରେ ସମାନେେ ସହେି ମାର୍ଗ ରେ ଜୀବନ କାଟିଲେ।
18ରିହବିଯାମ୍ ମହଲତ୍ଙ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରମୋେତ୍ର। ତାଙ୍କର ମାତା ଥିଲେ ଅବୀହଯିଲ। ଯିରମୋେତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହଯିଲ ଇଲିଯାବ୍ଙ୍କ କନ୍ଯା ଥିଲେ। ଇଲିଯାବ୍ ୟିଶୀଙ୍କ ପୁତ୍ର ଥିଲେ।
19ମହଲତ୍ ରିହବଯାମ୍ଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ : ୟିଯୁଶ୍, ଶମରିଯ ଓ ସହମ।
20ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।
21ରିହବିଯାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧିଅରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ ରମେ କରୁଥିଲେ। ରିହବିଯାମ୍ ଅଠଇେଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ଯାଙ୍କର ପିତା ଥିଲେ।
22ରିହବିଯାମ୍ ମାଖାର ପୁତ୍ର ଅବିଯଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧିଅରେ ନେତା ହବୋ ନିମନ୍ତେ ମନୋନୀତ କଲେ। ରିହବିଯାମ୍ ଅବିଯଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ।
23ରିହବିଯାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରେତ୍ୟକକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ଯାପ୍ତ କରି ରଖିଲେ। ଆଉ ରିହବିଯାମ୍ ତାଙ୍କର ପୁତ୍ରମାନଙ୍କୁ ୟଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ଯ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖାଜେିଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme