Home ଏବ୍ରୀ 4 · ଓଡ଼ିଆ ବାଇବେଲ

ଏବ୍ରୀ

Chapter 4

ଓଡ଼ିଆ ବାଇବେଲ
1ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।
2କାରଣ ସମାନଙ୍କେ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସପରେି ସୁସମାଚାର କୁହାୟାଇଅଛି, କିନ୍ତୁ ସମାନେେ ଶୁଣି ମଧ୍ଯ ତାହାକୁ ବିଶ୍ବାସପୂର୍ବକ ନିଜସ୍ବ ନ କରିବାରୁ ସମାନଙ୍କେ ପକ୍ଷ ରେ ସୁସମାଚାର ଲାଭଜନକ ହେଲା ନାହିଁ।
3ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :
4ଶାସ୍ତ୍ରର କୌଣସି ସ୍ଥାନ ରେ ପରମେଶ୍ବର ସପ୍ତାହର ସପ୍ତମ ଦିନ ବିଷୟ ରେ କହିଛନ୍ତି : ସପ୍ତମ ଦିନ ରେ ପରମେଶ୍ବର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।304
5ପରମେଶ୍ବର ଆଉ ଏକ ଶାସ୍ତ୍ର ରେ କହିଛନ୍ତି : ସହେି ଲୋକମାନେ କବେେ ହେଲେ ମାରେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବେ ନାହିଁ।305
6ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଚାର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ୟୋଗୁ ସମାନେେ ବିଶ୍ରାମସ୍ଥଳ ରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ଯ କବେେ ଲୋକ ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ବର ଆଉ ଗୋଟିଏ ବିଶଷେ ଦିନ ଅର୍ଥାତ୍ 'ଆଜିଦିନ'306 ନିରୂପଣ କଲେ।
7ଏହି ଦିନଟି ବିଷୟ ରେ ପରମେଶ୍ବର ବହୁତ ଦିନ ପରେ ଦାଉଦଙ୍କ ମାଧ୍ଯମ ରେ କହିଛନ୍ତି। ସହେି ଶାସ୍ତ୍ର ରେ ଆମ୍ଭେ ପୂର୍ବରୁ କହିଛୁ :
8ଆମ୍ଭେ ଜାଣି ଯେ ୟିହୋଶୂୟ ଲୋକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନଇଯାେଇ ନ ଥିଲେ। ଯଦି ସେ ନଇେଥାନ୍ତେ, ତବେେ ପରମେଶ୍ବର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ 'ଆଜି' ବୋଲି ଘାଷେଣା କରି ନ ଥାନ୍ତେ।
9ଏହା ପ୍ରମାଣିତ କରେ ଯେ, ପରମେଶ୍ବରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି।
10ପରମେଶ୍ବର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।
11ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।
12ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।
13ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
14ପୁତ୍ର ପ୍ରଭୁ ଯୀଶୁ ପରମେଶ୍ବରଙ୍କ ସହିତ ରହିବା ପାଇଁ ସ୍ବର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାୟାଜକ।
15ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।
16ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme