Home ଏବ୍ରୀ 3 · ଓଡ଼ିଆ ବାଇବେଲ

ଏବ୍ରୀ

Chapter 3

ଓଡ଼ିଆ ବାଇବେଲ
1ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
2ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।
3ଯେତବେେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନା ରେ ସହେି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ମାଶାଙ୍କେ ତୁଳନା ରେ ଯୀଶୁ ଅଧିକ ସମ୍ମାନର ଯୋଗ୍ଯ।
4ପ୍ରେତ୍ୟକକ ଘର କୌଣସି ଲୋକ ଦ୍ବାରା ନିର୍ମିତ।
5କିନ୍ତୁ ପରମେଶ୍ବର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ବରଙ୍କ ଗୃହ ରେ ମାଶାେ ଜଣେ ସବେକ ରୂପେ ବିଶ୍ବସ୍ତ ଥିଲେ। ପରମେଶ୍ବର ଭବିଷ୍ଯତ ରେ ଯାହା କିଛି କହିବେ, ସେ ଲୋକମାନଙ୍କୁ ସହେି କଥା କହିଥିଲେ।
6କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ବରଙ୍କ ଗୃହର ତତ୍ତ୍ବାବଧାନ ରେ ବିଶ୍ବସ୍ତ ଥିଲେ। ଆମ୍ଭେ ବିଶ୍ବାସୀଗଣ ପରମେଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍ଭେ ସହେି ମହତ୍ ଆଶାର ଅପେକ୍ଷା ରେ ଦୃଢ଼ ଓ ଅଟଳ ରହିବା, ତା' ହେଲେ ଆମ୍ଭ ଅନ୍ତର ରେ ପରମେଶ୍ବର ବାସ କରିବେ।
7ଅତଏବ ପବିତ୍ର ଆତ୍ମା କୁହନ୍ତି :
8ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
9ଗ୍ଭଳିଷ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମାରେ କାର୍ୟ୍ଯ ଗୁଡ଼ିକ ଦେଖିଲେ। ତଥାପି ସମାନେେ ମାେ ର୍ଧୈୟ୍ଯର ପରୀକ୍ଷା ନେଲେ।
10ସେଥିପାଇଁ ମୁଁ ସହେି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ ଅଟେ। ସମାନେେ ମାରେ ମାର୍ଗ ବୁଝନ୍ତି ନାହିଁ।
11ଅତଏବ ମୁଁ କୋର୍ଧ ରେ ପ୍ରତିଜ୍ଞା କରି କହିଥିଲି - ସେ ଲୋକମାନେ କବେେ ହେଲେ ମାରେ ବିଶ୍ରାମସ୍ଥଳ ରେ303 ପ୍ରବେଶ କରିବେ ନାହିଁ।' ଗୀତସଂହିତା 95:7-11
12ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
13କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।
14କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶଷେ ପର୍ୟ୍ଯନ୍ତ ବଜାୟ ରଖିବ, ତାହାହେଲେ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର ରେ ସହଭାଗୀ ହବେ।
15ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :
16ପରମେଶ୍ବରଙ୍କ ବାକ୍ଯ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ ? ଯେଉଁମାନେ ମାଶାଙ୍କେ ଦ୍ବାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସହେି ଲୋକ ଅଟନ୍ତି।
17ପରମେଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି କୋରଧ କରିଥିଲେ ? ଯେଉଁମାନେ ପାପ କରିଥିଲେ ସମାନଙ୍କେ ପ୍ରତି ପରମେଶ୍ବର କୋରଧ କରିଥିଲେ। ସମାନେେ ମରୁଭୂମିରେ ମଲେ।
18ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।
19ଅତଏବ ଆମ୍ଭେ ଦେଖୁଛୁ ଯେ, ସମାନେେ ନିଜ ଅବିଶ୍ବାସ ହତେୁ ସଠାେରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme