Home Bibles ହିତୋପଦେଶ 26 · ଓଡ଼ିଆ ବାଇବେଲ ||

ହିତୋପଦେଶ

Chapter 26

ଓଡ଼ିଆ ବାଇବେଲ
1ଗ୍ରୀଷ୍ମକାଳ ରେ ହିମ ଓ ଫସଲ ସମୟରେ ବୃଷ୍ଟି ସହେିପରି ମୂର୍ଖକୁ ସମ୍ମାନ ଅନୁପୟୁକ୍ତ ଅଟେ। 2ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ। 3ଅଶ୍ବ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର। 4ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ। 5ମୂର୍ଖକୁ ତା'ର ଅଜ୍ଞାନତାନୁସା ରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟି ରେ ଆପଣାକୁ ଜ୍ଞାନୀ ବୋଧ କରିବ। 6ମୂର୍ଖ ମାଧ୍ଯମ ରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ। 7ଲେଙ୍ଗଡ଼ୋର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି। 8ପ୍ରସ୍ତରକୁ ବାଟୁଳି ରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ଯବହାର୍ୟ୍ଯହୀନ, ସହେିପରି ନିର୍ବୋଧକୁ ସମ୍ମାନ ଦବୋ ଅଟେ। 9ମତ୍ତଲୋକର ହସ୍ତ ରେ କଣ୍ଟକ ଉଠାୟିବା ଯେପରି, ମୂର୍ଖମାନଙ୍କ ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି ଅଟେ। 10ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସପରେି ସହେି ଲୋକ ଯେ ମୂର୍ଖ ପଥିକକୁ ବତନେ ଦିଏ ଓ ଯେ ମଦୁଆକୁ ବତନେ ଦିଏ। 11ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି। 12ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ। 13ଅଳସୁଆ କ ହେ, ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି। 14କବଜା ରେ ଯେପରି କବାଟ ଝୁଲେ, ଠିକ୍ ସହେିପରି ଅଳସୁଆ ଆପଣା ଶୟ୍ଯା ରେ ଥାଇ ଝୁଲୁଥାଏ। 15ଅଳସୁଆ ଥାଳି ରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନବୋକୁ ଥକିୟାଏ। 16ସାତଜଣ ସୁବିଚାରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟି ରେ ଜ୍ଞାନବାନ୍। 17ଜଣେ ପଥିକ ୟିଏ ୟୁକ୍ତିତର୍କ ରେ ଜଡ଼ିତ ହୁଏ, ଯାହା ତା'ର ସମ୍ପର୍କ ରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ଯ ଅଟୋ 18ଆପଣା ପ୍ରତିବେଶୀକି ଯେଉଁଲୋକ ଭୁଲାଇ କ ହେ, ମୁଁ କୌତୁକ କରୁଛି। 19ସେ ଅଗ୍ନିବାଣ, ତୀର ଓ ମୃତ୍ଯୁ ନିକ୍ଷପକୋରୀ ବାତୁଳ ପରି ଅଟେ। 20କାଠ ବିନା ଯେପରି ନିଆଁ ଲିଭିୟାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହାଇୟୋଏ। 21ଯେପରି ଭାବରେ ଜ୍ବଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସହେିପରି ବିବାଦ ବଢ଼ାଇବାକୁ କଳିହୁଡା ଲୋକ ଆରମ୍ଭ କରିଥାଏ। 22ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳଯକୁ ଚାଲିୟାଏ। 23ଅନୁରାଗୀ କଥା ଓ ମନ୍ଦ ହୃଦଯ ରୂପା ଖାଦ ରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ଯ ଅଟେ। 24ଘୃଣାକାରୀ ନିଜ କଥା ରେ କପଟ କରେ, କିନ୍ତୁ ସେ ହୃଦଯ ରେ ପ୍ରବଞ୍ଚନା ରେଖ। 25ସେ ମିଷ୍ଟ ସ୍ବର ରେ କହିଲେ, ତାହାକୁ ବିଶ୍ବାସ କର ନାହିଁ। ଯେ ହତେୁ ତା'ର ହୃଦଯ ରେ ସାତଟା ଘୃଣ୍ଯ ବିଷଯ ଥାଏ। 26ତାହାର ଘୃଣା କପଟ ରେ ଆପଣାକୁ ଆବୃତ୍ତ କଲେ ହେଁ, ତା'ର ମନ୍ଦତା ସଭା ରେ ପ୍ରକାଶ ପାଏ। 27ଯେ ଗାତ ଖୋଳେ, ସେ ଆପେ ହିଁ ସହେି ଗାତ ରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା ଉପରକୁ ଲେଉଟି ଥାଏ। 28ମିଥ୍ଯାବାଦୀ ଜିହ୍ବା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଚାଟୁବାଦୀ କଥା ସର୍ବନାଶ କରେ।

Choose Theme