ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
Cross references
ଏହାପରେ ଅଭିଷକୋର୍ଥକ ତୈଳ ନଇେ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷକେ କରିବ।
ଏହାପରେ ବାଛୁରୀର ମାଂସ, ଚର୍ମ ଏବଂ ତା'ର ଗୋବର ନଇେ ଛାଉଣୀ ବାହା ରେ ଦଗ୍ଧ କର। ଏହା ଯାଜକମାନଙ୍କ ପାଇଁ ନବୈେଦ୍ଯ ହବେ।
ଏହାପରେ ୟଜ୍ଞବଦେୀର ଉପରିସ୍ଥିତ ରକ୍ତରୁ ଓ ଅଭିଷକୋର୍ଥକ ତୈଳରୁ କିଛି ନଇେ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସମାନଙ୍କେ ବସ୍ତ୍ର ପବିତ୍ର ହବେ।
ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ୟଜ୍ଞବଦେୀର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ଯବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରେତ୍ୟକକ ବର୍ଷ ଏହା କରିବା ଉଚିତ୍। ଏହି ୟଜ୍ଞବଦେୀ ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।
ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।
ଯଦି ସେ ମଷେ କିମ୍ବା ଛାଗ ଆପଣା ପଲରୁ ହାମବେଳି ଉତ୍ସର୍ଗ କରେ, ତବେେ ତାହା ନିଖୁଣ ପୁଂପଶୁ ହାଇେଥିବ।
ଯଦି ସମାନେେ ସମାନଙ୍କେ କୃତ ପାପ ଜାଣିବେ, ତବେେ ସମାନେେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ ତମ୍ବୁ ନିକଟକୁ ତାକୁ ଆଣିବେ।
ତହୁଁ ସେ ତା'ର କୃତ ପାପର ପ୍ରାଯଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛଳେିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାଯଶ୍ଚିତ କରାଇବ।
ହାରୋଣଙ୍କ ସନ୍ତାନଗଣଙ୍କ ମଧ୍ଯରୁ ପ୍ରେତ୍ୟକକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନବୈେଦ୍ଯ ସମାନେେ ଗ୍ରହଣ କରିବେ ଏକ ବିଧି ହବେ। ଯାହା କିଛି ଜିନିଷଗୁଡିକ ଏହାକୁ ସ୍ପର୍ଶ କରିବ ପବିତ୍ର ହବେ।
ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।
ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମଷେଛୁଆ ଓ ହାମବେଳି ନିମନ୍ତେ ଏକ ନିଖୁଣ ମଷେ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉତ୍ସର୍ଗ କର।
ଇଶ୍ରାୟେଲର ଲୋକମାନଙ୍କୁ କୁହ, ' ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହାମବେଳି ନିମନ୍ତେ ଏକ ଗୋବତ୍ସ ଓ ମଷେ ଶାବକ ନବେେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରୀ ଏବଂ ମଷେଛୁଆ ନିଶ୍ଚଯ ଏକ ବର୍ଷୀଯ ଓ ନିଖୁଣ ହାଇେଥିବେ।
ହାରୋଣ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପୂର୍ବରୁ ପ୍ରାଯଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହାମବେଳି ରୂପେ ଏକ ମଷେଛୁଆ ପ୍ରାଯଶ୍ଚିତ ଦିନ ଉତ୍ସର୍ଗ କରିବ।
ପୁଣି ହାରୋଣ ଇଶ୍ରାୟେଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହାମବେଳି ପାଇଁ ଏକ ମଷେ ନବେ।
ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।
ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲେ, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାଯଶ୍ଚିତ କରିବ, ପୁଣି ନିଜ ପାପର୍ଥକ ବଳିର ସହେି ଗୋବତ୍ସକୁ ବଧ କରିବେ।
ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାୟାଜକ ହାଇେଅଛି, ଯାହାର ମସ୍ତକରେ ଅଭିଷକୋର୍ଥକ ତୈଳ ଢଳା ୟାଇଅଛି, ଆଉ ୟିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀ ରେ ନିୟୁକ୍ତ ହାଇେଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।
ତା'ପରେ ସମାନେେ ଏକ ଗୋବତ୍ସ ଓ ତା ସହିତ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ।
ନିର୍ବାସନରୁ ଆଗତ ବନ୍ଦୀତ୍ବର ସନ୍ତାନଗଣ ସମଗ୍ର ଇଶ୍ରାୟେଲ ନିମନ୍ତେ ଇଶ୍ରାୟେଲ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହାମବେଳି ରୂପେ 12 ବୃଷ, 96ଅଣ୍ତିରା ମଷେ, 77 ମଷେଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଥିଲା।
ଆଉ ତ୍ବରଣ ଦ୍ବାରର ଉଭୟ ପାଶର୍ବ ରେ ଦୁଇଟି ଲଖାଏଁେ ମଜେ ଥିଲା। ଏହିଠା ରେ ହାମବେଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ନିମନ୍ତେ ପଶୁଗୁଡ଼ିକୁ ଉତ୍ସର୍ଗ କରାୟାଏ।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲବେୀୟ ଯାଜକଗଣ ଆମ୍ଭର ପରିଚର୍ୟ୍ଯା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସମାନଙ୍କେୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ୟୁବା ବୃଷଭ ଦବେ।'
ସେ ଯେଉଁଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ୟିବ ସଦେିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ। ସଦାପ୍ରଭୁ, ମାରେ ପ୍ରଭୁ ଏହିସବୁ କହନ୍ତି।
ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।
ମହାୟାଜକ ଅନ୍ଯଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା ହତେୁରୁ ସେ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।