ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।
Cross references
ତା'ପ ରେ ସଦାପ୍ରଭୁ କହିଲେ, ଆମ୍ଭର ଦାସ ଯିଶାଇୟ ତିନିବର୍ଷ ଧରି ବିବସ୍ତ୍ର ଓ ଶୂନ୍ଯପାଦ ହାଇେ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ବରୂପ ଅଟେ।
କାରଣ ସଦାପ୍ରଭୁ କହନ୍ତି, ମନୁଷ୍ଯର କଟି ଦେଶ ରେ ପଟୁକା ଯେପରି ସଂଲଗ୍ନ ଥାଏ, ସହେିପରି ଆମ୍ଭେ ସମୁଦାଯ ଇଶ୍ରାୟେଲ ଓ ସମୁଦାଯ ଯିହୁଦା ବଂଶକୁ ଆମ୍ଭର ଲୋକ ହାଇେ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠା ରେ ସଂଲଗ୍ନ କରାଇଲୁ। ମାତ୍ର ସମାନେେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।
ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ୟାଅ। ସଠାେ ରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ଯ ଶୁଣାଇବା।
ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।
ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।
ହେ ଯିରିମିୟ, ତୁମ୍ଭେ କେତଗେୁଡ଼ିଏ ବୃହତ୍ ପ୍ରସ୍ତର ନଇେ ତଫନଦେଶ ରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତ ରେ ଯିହୁଦାର ଲୋକମାନଙ୍କ ସାକ୍ଷାତ ରେ ଲୁଚାଇ ରଖ।
ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।