Home Bibles ଆଦି ପୁସ୍ତକ 8 · ଓଡ଼ିଆ ବାଇବେଲ ||

ଆଦି ପୁସ୍ତକ

Chapter 8

ଓଡ଼ିଆ ବାଇବେଲ
1ପରମେଶ୍ବର ନୋହ ଏବଂ ତାଙ୍କ ସହିତ ଜାହାଜ ରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ବର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ଯା ଜଳ କମିଗଲା। 2ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା। 3ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଚାଲିଗଲା।ଏବଂ 15 0ଦିନପରେ ଜଳ ପତ୍ତନ ଧି ରଧେି ରେ କମିଗଲା। 4ଏହାପରେ ସପ୍ତଦଶ ମାସର ସପ୍ତଦଶ ଦିନ ରେ ଆରାରଟ ପର୍ବତ ଉପରେ ଜାହାଜ ଲାଗି ରହିଲା। 5ଏହିପରି ଦଶମମାସ ପର୍ୟ୍ଯନ୍ତ ଜଳ କ୍ରମଶଃ କମିଲା। ସହେି ଦଶମ ମାସର ପ୍ରଥମ ଦିନ ରେ ପର୍ବତଗଣର ଶୃଂଗ ଦଖାଗେଲା। 6ଏହାପରେ ଆହୁରି ଚ଼ାଳିଶ ଦିନ ୟିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ। 7ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା। 8ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ। 9ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ। 10ସାତଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। 11ସହେି ଦିନ ସଂଧ୍ଯା ସମୟରେ ସହେି କପୋତଟି ତା'ର ଥଣ୍ଟ ରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ୟାଇଅଛି। 12ସାତଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫରେିଲା ନାହିଁ। 13ଏହାପରେ, ନୋହ ଜାହାଜର ଦ୍ବାର ଖାଲିେଲେ। ନୋହ ଦେଖିଲେ ଯେ, ଭୂମି ପୁରା ଶୁଖି ୟାଇଛି। ଏହାଥିଲା ପ୍ରଥମ ମାସର ପ୍ରଥମ ଦିବସ। ନୋହକୁ ସେତବେେଳେ 601 ବର୍ଷ ହାଇେଥିଲା। 14ଦ୍ବିତିଯ ମାସର ଶତାଇଶ ଦିନ ବଳକେୁଭୂମି ପୁରା ଶୁଖିୟାଇଥିଲା 15ଏହାପରେ ପରମେଶ୍ବର ନୋହଙ୍କୁ କହିଲେ, 16ଜାହାଜକୁ ପରିତ୍ଯାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ 17ତୁମ୍ଭ ସହିତ ସମସ୍ତ ପଶୁଗୁଡିକୁ ବାହାର କରି ଆଣ । ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସମାନେେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ। 18ତେଣୁ ନୋହ ତା'ର ସ୍ତ୍ରୀ ଓ ତା'ର ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ବାହାରକୁ ପଳାଇ ଆସିଲେ। 19ସମସ୍ତ ପଶୁ ଏବଂ ସମସ୍ତ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ। 20ଏହାପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ନୋହ ସେଥି ରେ ଶୁଚ଼ିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ବ ରେ ନବୈେଦ୍ଯ ଦେଲେ। 21ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି। 22ଯେ ପର୍ୟ୍ଯନ୍ତ ପୃଥିବୀ ରହିଛି, ସପେର୍ୟ୍ଯନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀ ରେ ଚ଼ାଲିଥିବ।

Choose Theme