Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 23 · ଓଡ଼ିଆ ବାଇବେଲ ||

ରେରିତମାନଙ୍କ କାର୍ଯ୍ୟର ବିବରଣ

Chapter 23

ଓଡ଼ିଆ ବାଇବେଲ
1ପାଉଲ ଏକ ଲୟ ରେ ସହାସଭାକୁ ଚ଼ାହିଁ କହିଲେ, ହେ ମାରେ ଭାଇମାନେ! ମୁଁ ଆଜି ପର୍ୟ୍ଯନ୍ତ ଉତ୍ତମ ବିବକେ ଅନୁସାରେ କର୍ମ କରି ପରମେଶ୍ବରଙ୍କ ସମ୍ମୁଖ ରେ ଜୀବନ ଅତିବାହିତ କରିଛି। 2ଏହା ଶୁଣି ମହାୟାଜକ ହନାନିୟ ତାହାଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନଙ୍କୁ ତାହାଙ୍କ ମୁହଁ ରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ। 3ପାଉଲ ହନାନିୟଙ୍କୁ କହିଲେ, ପରମେଶ୍ବର ତୁମ୍ଭକୁ ମଧ୍ଯ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ଯବସ୍ଥା ଅନୁଯାଯୀ ମାରେନ୍ଯାୟ କରିବା ପାଇଁ ବସିଛି, କିନ୍ତୁ ବ୍ଯବସ୍ଥା ବିରୁଦ୍ଧ ରେ ମାେତେ ଆଘାତ ଦବୋପାଇଁ ଆଦେଶ ଦେଉଛ। ଏହା ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ। 4ପାଉଲଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନେ କହିଲେ, ତୁମ୍ଭେ ପରମେଶ୍ବରଙ୍କର ମହାୟାଜକଙ୍କୁ ସପରେି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ। 5ପାଉଲ ଉତ୍ତର ଦେଲେ, ଭାଇମାନେ, ମୁଁ ତାହାଙ୍କୁ ମହାୟାଜକ ବୋଲି ଜାଣି ନଥିଲି। ଏହା ଧର୍ମଶାସ୍ତ୍ର ରେ ଲଖାେଅଛି, 'ତୁମ୍ଭର ନିଜ ଲୋକଙ୍କ ନେତା ବିଷୟ ରେ ଖରାପ କଥା କହିବା ଉଚ଼ିତ ନୁହେଁ।' 6ସଭା ରେ ସମାନଙ୍କେ ଭିତରୁ କେତକେ ଲୋକ ସାଦ୍ଦୁକୀ ଓ ଅନ୍ୟ କେତକେ ଫାରୁଶୀ ମଧ୍ଯ ଥିଲେ। ଏହା ପାଉଲ ଜାଣିପାରିଲେ। ତେଣୁ ସେ ଖୁବ୍ ଜୋର୍ ରେ କହିଲେ, ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମାେ ପିତା ମଧ୍ଯ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ରେ ବିଶ୍ବାସ କରେ। ଏହି ବିଶ୍ବାସ ପାଇଁ ମୁଁ ଆଜି ଏଠା ରେ ଏହି ବିଚ଼ାରର ସମ୍ମୁଖୀନ ହେଉଛି। 7ପାଉଲ ଏପରି କହିବା ମାତ୍ ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧିଅରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳ ରେ ଭାଗ ହାଇଗେଲା। 8ସାଦ୍ଦୁକୀମାନେ ବିଶ୍ବାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ବର୍ଗଦୂତ କିଅବା ଆତ୍ମା କହେି ନାହାଁନ୍ତି। କିନ୍ତୁ ଫାରୁଶୀମାନେ ଏ ଦୁଇଟି ବିଷୟକୁ ବିଶ୍ବାସ କରନ୍ତି। 9ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତଜେଣ ବ୍ଯବସ୍ଥା ଶିକ୍ଷକ ଠିଆ ହାଇେ ପାଉଲଙ୍କ ସପକ୍ଷ ରେ ୟୁକ୍ତି କଲେ। ସମାନେେ କହିଲେ, ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉନାହୁଁ। ହୁଏତ କୌଣସି ଆତ୍ମା କି ସ୍ବର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହାଇେଥିଲେ। 10ଧୀ ରଧେୀ ରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହାଇେଉଠିଲା। ସନୋଧ୍ଯକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସମାନଙ୍କେ ନିକଟରୁ ନଇେଆସି ସୈନ୍ଯ ନିବାସ ଭିତରୁ ନଇେ ୟିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ। 11ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ। 12ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ। 13ଚ଼ାଳିଶ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ୟନ୍ତ୍ର କଲେ। 14ସମାନେେ ମୁଖ୍ଯ ଯାଜକ ଓ ପ୍ରାଚ଼ୀନମାନଙ୍କ ପାଖକୁ ଯାଇ କହିଲେ, ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନକରିବା ପର୍ୟ୍ଯନ୍ତ କହେି ଭୋଜନ ସ୍ପର୍ଶ କରିବୁ ନାହିଁ। 15ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସନୋଧ୍ଯକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦବେ। ତୁମ୍ଭେ ସନୋଧ୍ଯକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଚ଼ାହଁ, କାରଣ ତୁମ୍ଭର ତାହାଙ୍କୁ ଅନକେ ପ୍ରଶ୍ନ ପଚ଼ାରିବାର ଅଛି। ଆମ୍ଭେ ତାହାଙ୍କୁ ଏଠା ରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ଯା କରିବା ପାଇଁ ପ୍ରସ୍ତୁତ ଅଛୁ। 16ପାଉଲଙ୍କର ଭଣଜା ଏ ଷଡ଼ୟନ୍ତ୍ର ବିଷୟ ରେ ଶୁଣିଲେ। ସେ ସନୋମାନଙ୍କ ସୈନ୍ଯନିବାସକୁ ଯାଇ ପାଉଲଙ୍କୁ ଏ ବିଷୟ ରେ କହିଲେ। 17ତା'ପରେ ପାଉଲ ଜଣେ ସନୋ ଅଧିକାରୀଙ୍କୁ ଡ଼ାକି କହିଲେ, ଏହି ୟୁବକକୁ ସନୋଧ୍ଯକ୍ଷଙ୍କ ନିକଟକୁ ନଇଯାେଅ। ତା'ର ତାହାଙ୍କୁ କିଛି କହିବାର ଅଛି। 18ତେଣୁ ସନୋ ଅଧିକାରୀ ତାହାକୁ ସନୋଧ୍ଯକ୍ଷଙ୍କ ନକଟକୁ ନଇଗେଲା ଓ କହିଲା, ବନ୍ଦୀ ପାଉଲ ଏ ୟୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଚ଼ା ହେଁ। 19ସନୋଧ୍ଯକ୍ଷ ୟୁବକର ହାତ ଧରି ନିରୋଳା ସ୍ଥାନକୁ ନଇେ ପଚ଼ାରିଲେ, ତୁମ୍ଭେ ମାେତେ କଣ କହିବାକୁ ଚ଼ାହଁ? 20ସେ କହିଲା, ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଚ଼ାରିବାର ବାହାନା ରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ଯ ରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି। 21କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି। 22ସନୋଧ୍ଯକ୍ଷ ସହେି ୟୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏକଥା କହିଛି ବୋଲି କାହାକୁ ଯେପରି ନକୁ ହେ, ଓ ଏହା କହି ତାହାଙ୍କୁ ପଠାଇ ଦେଲେ। 23ସନୋଧ୍ଯକ୍ଷ ଦୁଇ ଜଣ ସନୋପତିଙ୍କୁ ଡ଼ାକି କହିଲେ, ଆଜି ରାତି ନ'ଟା ବେଳେ କାଇସରୀଆକୁ ୟିବା ପାଇଁ 200 ପଦାତିକ ସୈନ୍ଯ, 70 ଜଣ ଅଶ୍ବାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। 24ନିରାପଦ ରେ ୟିବା ପାଇଁ କେତକେ ଘାଡ଼ୋକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ଯପାଳ ଫଲେୀକ୍ସଙ୍କ ପାଖ ରେ ଉପସ୍ଥିତ କରାଅ। 25ସନୋଧ୍ଯକ୍ଷ ରାଜ୍ଯପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା; 26ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର। 27ଯୀହୂଦୀମାନେ ଏହି ଲୋକକୁ ଧରି ନଇେ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳ ରେ ସୈନ୍ଯମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ। 28ମୁଁ ଏହି ଲୋକକୁ ସମାନଙ୍କେର ମହାସଭାକୁ ନଇେ ତାହା ବିରୁଦ୍ଧ ରେ ଥିବା ଅଭିଯୋଗ ଜାଣିବାକୁ ଚ଼ାହୁଁଥିଲି। 29ତା'ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସମାନଙ୍କେ ବ୍ଯବସ୍ଥା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଭିୟୁକ୍ତ ହାଇେଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ। 30ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ। 31ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରୀ ରେ ଆନ୍ତିପାତ୍ରି ନଗରକୁ ଆଣିଲେ। 32ତହିଁ ଆରଦିନ ପାଉଲଙ୍କୁ କାଇସରୀଆ ରେ ପହଞ୍ଚାଇବାର ଦାଯିତ୍ବ ଅଶ୍ବାରୋହୀମାନଙ୍କୁ ଦଇେ ପଦାତିକ ସୈନ୍ଯମାନେ ସୈନ୍ଯ ନିବାସକୁ ଫରେି ଆସିଲେ। 33ସମାନେେ କାଇସରୀଆ ରେ ପହଞ୍ଚି ରାଜ୍ଯପାଳକୁ ପତ୍ରଟି ଦେଲେ। ତା'ପରେ ସମାନେେ ପାଉଲଙ୍କୁ ତାହାଙ୍କ ହାତ ରେ ସମର୍ପଣ କଲେ। 34ରାଜ୍ଯପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଚ଼ାରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ। 35ରାଜ୍ଯପାଳ କହିଲେ, ତୁମ୍ଭର ଅଭିଯୋଗକାରୀମାନେ ଏଠା ରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟ ରେ ଶୁଣିବି। ସେ ପାଉଲଙ୍କୁ ହରେୋଦଙ୍କର ପ୍ରାସାଦ ରେ ରଖିବା ପାଇଁ ଆଦେଶ ଦେଲେ।

Choose Theme