ହୋଶେୟ
Chapter 14
ଓଡ଼ିଆ ବାଇବେଲ1ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।
2କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,
3ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭମାନେେ ୟୁଦ୍ଧ ଅଶ୍ବ ରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରମେଶ୍ବର' ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସହେି ପରମେଶ୍ବର ୟିଏକି ଅନାଥକୁ ଦୟା ଦଖାେଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।
4ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।
5ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।
6ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।
7ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।
8ଇଫ୍ରଯିମ କହିବ, ପ୍ରତିମାଗୁଡିକରେ ମାରେ କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦବୋ, ଆମ୍ଭେ ସହେି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ ରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦବଦୋରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ ସେ।
9ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.