ଯିଖରିୟ
Chapter 5
ଓଡ଼ିଆ ବାଇବେଲ1ମୁଁ ପୁଣି ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଓ ଏକ ଉଡନ୍ତା ନଳାକାର ପୁସ୍ତକ ଦେଖିଲି।
2ସହେି ସ୍ବର୍ଗଦୂତ ମାେତେ ପ୍ରଶ୍ନ କଲେ, ତୁମ୍ଭେ କ'ଣ ଦେଖୁଛ?
3ତା'ପ ରେ ସହେି ସ୍ବର୍ଗଦୂତ କହିଲେ, ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧ ରେ ଯାଉଛି। ଏହା ଚୋର ଏବଂ ମିଥ୍ଯାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହାଇେ ଖସି ୟାଇଛନ୍ତି।
4ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ମୁଁ ସହେି ନଳାକାର ପୁସ୍ତକକୁ ଗ୍ଭରମାନଙ୍କେର ଗୃହକୁ ପଠାଇବି ଏବଂ ସହେିମାନଙ୍କ ଘରକୁ, ଯେଉଁମାନେ ମାରେ ନାମ ବ୍ଯବହାର କରି ମିଥ୍ଯା ଶପଥ ନଇେଛନ୍ତି। ସହେି ନଳାକାର ପୁସ୍ତକ ପ୍ରେତ୍ୟକକ ଗୃହ ରେ ରହିବ ଏବଂ ଧ୍ବଂସକାରୀ, କଡିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡିକ ମଧ୍ଯ ବିନଷ୍ଟ ହବେ।
5ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରକୁ ଆସିଲେ। ମାେତେ କହିଲେ, ଦେଖ, କ'ଣ ଆସୁଥିବାର ଦେଖୁଛ?
6ମୁଁ ଉତ୍ତର କଲି, ଏହା କ'ଣ? ସେ କହିଲେ, ତାହା ଏକ ମାପ କରିବା ଟୋକଇେ ଏବଂ ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।
7ଗୋଟିଏ ସୀମାର ନିର୍ମିତ ଘୋଡଣୀ ଟୋକଇରେୁ କଢାଗଲା। ସହେି ମାପିବାର ଟୋକଇେ ମଧିଅରେ ଗୋଟିଏ ସ୍ତ୍ରୀଲୋକ ଥିଲା।
8ସ୍ବର୍ଗଦୂତ କହିଲେ, ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ବରୂପ। ତା'ପ ରେ ସେ ସ୍ବର୍ଗଦୂତ ସହେି ନାରୀକୁ ମାପ ଟୋକଇେ ଭିତରକୁ ଠଲେିଦଇେ ତାହାର ସୀମା ଘୋଡଣୀ ବନ୍ଦ କରି ଦେଲେ।
9ତା'ପ ରେ ମୁଁ ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସମାନେେ ଉଡି ଆସିଲେ ଏବଂ ସମାନଙ୍କେ ପକ୍ଷ ରେ ପବନ ଥିଲା। ସମାନେେ ସେ ମାପିବାର ଟୋକଇକେୁ ଉଠାଇଲେ ପୃଥିବୀ ଓ ସ୍ବର୍ଗ ମଧିଅରେ ବୋହି ନେଲେ।
10ତା'ପ ରେ ମୁଁ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତକୁ ପଗ୍ଭରିଲି, ସମାନେେ ସହେି ମାପିବାର ଟୋକଇଟେିକୁ କେଉଁଠାକୁ ନେଉଛନ୍ତି।
11ସ୍ବର୍ଗଦୂତ ମାେତେ ଉତ୍ତର କଲେ, ସମାନେେ ଶିନିଅର ଦେଶ ରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲାପ ରେ ଏହା ଯଥା ସ୍ଥାନ ରେ ସ୍ଥାପିତ ହବେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.