ତୀତସଙ୍କ ପ୍ରତି ପତ୍ର
Chapter 3
ଓଡ଼ିଆ ବାଇବେଲ1ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ : ସମାନେେ ସରକାରୀ ଅଧିକାରୀମାନଙ୍କ ଅଧୀନ ରେ ରୁହନ୍ତୁ, ସମାନଙ୍କେ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ ;
2ଅନ୍ୟମାନଙ୍କ ବିଷୟ ରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତି ରେ ରୁହନ୍ତୁ ; ର୍ଧୈୟ୍ଯବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ବାସୀମାନଙ୍କୁ କୁହ।
3ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
4କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।
5ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।
6ପରମେଶ୍ବର ଆମ୍ଭର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସହେି ପବିତ୍ର ଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢ଼ାଳିଲେ।
7ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତଜୀବନ ପାଇବୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ।
8ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।
9ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।
10ଯଦି କିଏ ତର୍କବିତର୍କ କରେ, ତା' ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଚାଲୁ ରେଖ, ତା' ହେଲେ ତାହାକୁ ଆଉ ଥରେ ସତର୍କ କର।
11ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
12ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତମାେ ଓ ତୁଖିକଙ୍କୁ ପଠାଇବି। ସମାନଙ୍କେୁ ପଠାଇଲା ପରେ ତୁମ୍ଭେ ନିକପଲିଠା ରେ ମାେ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସଠାେରେ କଟାଇବି।
13ଓକିଲ ଜୀନା ଓ ଆପଲ୍ଲ ସଠାରୁେ ଆସୁଛନ୍ତି। ସମାନଙ୍କେ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ଯ ସାହାୟ୍ଯ କର। ତୁମ୍ଭେ ସତର୍କ ହୁଅ ଯେ ସମାନଙ୍କେର କୌଣସି ଅଭାବ ନ ଘଟୁ।
14ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।
15ମାେ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ବାସ ରେ ଆମ୍ଭକୁ ଭଲ ପାଆନ୍ତି, ସମାନଙ୍କେୁ ନମସ୍କାର ଜଣାଇବ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.