Home Bibles ଗୀତସଂହିତା 39:6 · ଓଡ଼ିଆ ବାଇବେଲ
ଗୀତସଂହିତା 39:6 · ଓଡ଼ିଆ ବାଇବେଲ

ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।

Cross references

ଆୟୁବ ପୁସ୍ତକ 7:7

ପରମେଶ୍ବର, ମନକରେ ମାରେ ଜୀବନ କବଳେ ଗୋଟିଏ ପ୍ରଶ୍ବାସ। ମୁଁ କବେେ ଆଉ କୌଣସି ଭଲ ବିଷଯ ଦେଖିବି ନାହିଁ।

ଆୟୁବ ପୁସ୍ତକ 7:16

ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ଯାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମାେତେ ଛାଡ଼, ମାରେ ବଞ୍ଚିବାର କିଛି ଅର୍ଥ ନାହିଁ।

ଆୟୁବ ପୁସ୍ତକ 14:1

ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।

ଆୟୁବ ପୁସ୍ତକ 27:16

ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।

ଗୀତସଂହିତା 49:10

ଦେଖ !ବୁଦ୍ଧିମାନ୍ ଲୋକମାନେ ମୃତ୍ଯୁବରଣ କରନ୍ତି, ୟମେିତିକି ମୂର୍ଖ ଓ ନିର୍ ବୋଧ ଲୋକମାନେ ମୃତ୍ଯୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ୟାଆନ୍ତି।

ଗୀତସଂହିତା 89:48

ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି କବେବେି ନ ମରି ବଞ୍ଚି ରହିବ। ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି ସମାଧିରୁ ରକ୍ଷା ପାଇ ପାରିବ।

ଗୀତସଂହିତା 127:2

ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି।

ଗୀତସଂହିତା 144:4

ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।

ହିତୋପଦେଶ 13:22

ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିୟାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

ହିତୋପଦେଶ 23:5

ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।

ହିତୋପଦେଶ 27:24

ସମ୍ପତ୍ତି ସର୍ବଦା ସ୍ଥାଯୀ ନୁହେଁ। ମୁକୁଟ ମଧ୍ଯ ପୁରୁଷାନୁକ୍ରମେ ରହେ ନାହିଁ।

ଉପଦେଶକ 1:14

ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।

ଉପଦେଶକ 2:8

ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାଯକ ଓ ଗାଯିକା ଆଉ ମନୁଷ୍ଯ ତୁଷ୍ଟିକାରିଣୀ ଅନକେ ଉପପତ୍ନୀ ପାଇଲି।

ଉପଦେଶକ 2:17

ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।

ଉପଦେଶକ 2:26

ପରମେଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।

ଉପଦେଶକ 4:7

ଏହାପ ରେ ମୁଁ ପୁନରାଯ ସୂର୍ୟ୍ଯ ତଳେ ଅସାର ଦେଖିଲି।

ଉପଦେଶକ 5:14

ଦୁର୍ଘଟଣା ବଶତଃ ସହେିସବୁ ଧନ କ୍ଷଯ ପାଏ। ଯେତବେେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦବୋପାଇଁ ତା'ର କିଛି ନ ଥାଏ।

ଉପଦେଶକ 6:11

ସମାନେେ ଯେତେ ଅଧିକ ୟୁକ୍ତି କରିବେ, ତାହା େସତେ ଅନାବଶ୍ଯକ ଅଟେ। ଏହା ତାଙ୍କର କ'ଣ ଲାଭ ହବେ ?

ଉପଦେଶକ 11:10

ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂର ରେ ରକ, କାରଣ ବାଲ୍ଯାବସ୍ଥା ଏବଂ ୟୌବନ ଅର୍ଥହୀନ ଅଟେ।

ଉପଦେଶକ 12:8

ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।

ଉପଦେଶକ 12:13

ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।

ଯିଶାଇୟ 55:2

ଅଖାଦ୍ୟ ପାଇଁ ତୁମ୍ଭମାନେେ କାହିଁକି ରୂପା ବ୍ଯଯ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋୟୋଗ ସହକା ରେ ଆମ୍ଭକଥା ଶୁଣ ଓ ଉତ୍ତମ ଦ୍ରବ୍ଯ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ଯ ରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହବୋକୁ ଦିଅ।

ଲୂକଲିଖିତ ସୁସମାଚାର 10:40

ମାର୍ଥାକୁ ବହୁତ ଗୁଡାଏ କାମ କରିବାକୁ ପଡୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, ପ୍ରଭୁ! ମାେ ଭଉଣୀ ଘରର ଯେ ସବୁ କାମ ମାେ ଉପରେ ଛାଡି ଦଇେଛି, ଏ ବିଷୟ ରେ କ'ଣ ଆପଣଙ୍କର ମନୋୟୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମାେତେ ସାହାୟ୍ଯ କରୁ।

ଲୂକଲିଖିତ ସୁସମାଚାର 12:20

କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

ଲୂକଲିଖିତ ସୁସମାଚାର 12:26

ତବେେ ତୁମ୍ଭମାନେେ ଯଦି ଏଡିକି େଛାଟିଆ କାମଟିଏ କରି ପାରିବନାହିଁ, ତବେେ ଅନ୍ୟସବୁ ବଡବଡ କାମ ପାଇଁ କାହିଁକି ବ୍ଯସ୍ତ ହାଇେ ପଡୁଛ?

ଲୂକଲିଖିତ ସୁସମାଚାର 12:29

ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:31

ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ଯବହାର କରୁଛନ୍ତି, ସମାନେେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସମାନଙ୍କେ ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହିଃକ ବିଷୟ ସବୁ ଶୀଘ୍ର ଲୋପ ପାଇବ।

ଯାକୁବଙ୍କ ପତ୍ 4:14

ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।

ଯାକୁବଙ୍କ ପତ୍ 5:3

ତୁମ୍ଭର ସୁନା ଓ ରୂପା ରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହାଇେ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ୟ୍ଯ କରିଛ। ସହେି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦବେ। ଶଷଦେିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ।

ପିତରଙ୍କ ପ୍ରଥମ ପତ୍ 1:24

ଶାସ୍ତ୍ର କୁ ହେ :

ପିତରଙ୍କ ପ୍ରଥମ ପତ୍ 5:7

ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।

Interlinear

Choose Theme