Home Bibles ନିହିମିୟା 11:17 · ଓଡ଼ିଆ ବାଇବେଲ
ନିହିମିୟା 11:17 · ଓଡ଼ିଆ ବାଇବେଲ

ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।

Cross references

ପ୍ରଥମ ବଂଶାବଳୀ 9:15

ୟିରୁଶାଲମ ରେ ଆହୁରି ମଧ୍ଯ ଏହିମାନେ ବାସ କରୁଥିଲେ : ବକ୍ବକର, ହରେଶ, ଗାଲଲ୍ ଓ ମତ୍ତନିଯ। ମତ୍ତନିଯ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସଫ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 16:4

ଏହାପରେ ନିଯମସିନ୍ଦୁକ ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଦାଉଦ କେତଜେଣ ଲବେୀୟଙ୍କୁ ମନୋନୀତ କଲେ। ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସହେି ଲବେୀୟମାନଙ୍କ କାର୍ୟ୍ଯ ଥିଲା।

ପ୍ରଥମ ବଂଶାବଳୀ 16:41

ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ପ୍ରଥମ ବଂଶାବଳୀ 25:6

ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।

ନିହିମିୟା 10:12

ସତ୍କୁର, ଶେ ରବେୀଯ, ଶବନିଯ,

ନିହିମିୟା 12:8

ଲବେୀୟମାନେ ଯଥା: ଯଶୂେଯ, ବିନୁଯି, କଦ୍ମୀଯଲେ, ଶେ ରବେିଯ, ଯିହୁଦା ଓ ମତ୍ତନିଯ। ଏହି ମତ୍ତନିଯ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ଯ ଥିଲେ।

ନିହିମିୟା 12:24

ଲବେୀୟମାନଙ୍କ ପ୍ରଧାନଗଣ, ହଶବିଯ, ଶେ ରବେିଯ ଓ କଦ୍ମୀଯଲରେ ପୁତ୍ର ଯେଶଯ ଓ ସମାନଙ୍କେ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ବରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହାଇେ ପ୍ରଶଂସା ଓ ଧନ୍ଯବାଦ ଉତ୍ସର୍ଗ କରିବାକୁ ନିୟୁକ୍ତ ହେଲେ।

ନିହିମିୟା 12:25

ମତ୍ତନୀଯ ଓ ବକ୍ବୁକିଯ, ଓବଦିଯ, ମଶୁଲ୍ଲମ, ଟଲ୍ମୋନ୍, ଅକ୍କୁବ୍ ଦ୍ବାରପାଳ ହାଇେ ଦ୍ବାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।

ନିହିମିୟା 12:31

ଏହାପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ଯବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିୟୁକ୍ତି କଲି। ତହିଁରେ ଏକଦଳ ଦକ୍ଷିଣ ପାଶର୍‌ବ ରେ ପ୍ରାଚୀର ଉପରଦଇେ ଖତଦ୍ବାର ଆଡକୁ ଗଲେ।

ନିହିମିୟା 12:46

ପୂର୍ବକାଳ ରେ ଦାଉଦ ଓ ଆସଫ୍ ସମୟରେ ଗାଯକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦାର୍ଥକ ନାନା ଓ ଗୀତ ଥିଲା।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:6

କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:17

କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ।

Interlinear

Choose Theme