ତା'ପ ରେ ସଦାପ୍ରଭୁ ୟିରୁଶାଲମ ଓ ଯିହୁଦା ନିକଟରୁ ଭଟେି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳ ରେ କରିଥିଲେ।
Cross references
ପରମେଶ୍ବର ନିଯମସିନ୍ଦୁକ ବହିନଇେ ଯାଉଥିବା ଲବେୀୟମାନଙ୍କୁ ସାହାୟ୍ଯ କଲେ। ସମାନେେ ସାତ ଗୋଟି ବଳଦ ଓ ସାତାଟେି ମେଣ୍ଢାକୁ ଉତ୍ସର୍ଗ କଲେ।
ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ବର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହାମବେଳି, ନବୈେଦ୍ଯ ଉପରେ ସହେି ଅଗ୍ନି ଅବତରଣ କଲା।
ଏହାପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରୀତ କରି କହିଲେ, ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ କର। ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସାଗାନ କଲେ, ଯେଉଁ ପରମେଶ୍ବରଙ୍କ ଉପାସନା ସମାନଙ୍କେର ପୂର୍ବପୁରୁଷମାନେ ମଧ୍ଯ କରୁଥିଲେ। ସମାନେେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।
ସମାଗମ ତମ୍ବୁର ସମ୍ମୁଖ ରେ ସଦାପ୍ରଭୁଙ୍କ ଆଗ ରେ ପିତ୍ତଳ ବଦେୀ ଆଡ଼କୁ ଶଲୋମନ ଗଲେ। ବଦେୀ ଉପରେ ଶଲୋମନ 1,000 ଗୋଟି ସମ୍ପୂର୍ଣ୍ଣ ହାମବେଳି ଅର୍ପଣ କଲେ।
ଶଲୋମନ ପ୍ରାର୍ଥନା କରିସାରିବା ପରେ ଆକାଶରୁ ଅଗ୍ନି ଆସି ହାମବେଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।
ସପ୍ତମ ମାସର ତଇେଶତମ ଦିନ ରେ ଶଲୋମନ ଲୋକମାନଙ୍କୁ ସମାନଙ୍କେ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ସମାନଙ୍କେ ହୃଦଯ ଆନନ୍ଦ ରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇଶ୍ରାୟେଲ ପ୍ରତି ଅତ୍ଯନ୍ତ ମଙ୍ଗଳମଯ ହାଇେଥିଲେ।
ଏହାପରେ ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖ ରେ ସହେି ବଳିବଦେୀ ନିର୍ମାଣ କରିଥିଲେ।
ହିଜକିଯ କହିଲେ, ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭମାନେେ ନିଜକୁ ସଦାପ୍ରଭୁଙ୍କ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ଯବାଦର ଉପହାରସବୁ ଆଣ। ଏହାପରେ ଲୋକମାନେ ବଳିଦାନ ଓ ଧନ୍ଯବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଚାହିଁଲା, ସେ ହାମବେଳି ଉପହାରସବୁ ଆଣିଲା।
ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।
ଅତଏବ ରାଜା ହିଜକିଯ ଯିହୁଦା ରେ ଏହି ସମସ୍ତ ଉତ୍ତମ କାର୍ୟ୍ଯ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ବସ୍ତ ଥିଲେ।
ଏହାପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହାମବେଳି, ଉପ ଭୋଗ କରିବ। ଏବଂ ଲୋକମାନେ ପୁନର୍ବାର ତୁମ୍ଭ ୟଜ୍ଞବଦେୀରେ ବୃଷଭମାନ ଉତ୍ସର୍ଗ କରିବେ।
ଆଦ୍ଯ ସମୟ ପରି ମୁଁ ବିଚାରକାରୀଗଣଙ୍କୁ ଫରୋଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନା କରିବି। ତାପ ରେ ତୁମ୍ଭେ 'ଉତ୍ତମ ଓ ବିଶ୍ବସ୍ତ ନଗରୀ ବୋଲି କଥିତ ହବେ।'
ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହ ରେ ସମାନଙ୍କେୁ ଆନନ୍ଦିତ କରିବା। ସମାନଙ୍କେର ନବୈେଦ୍ଯ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା ; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ଯାତ ହବେ।'
ହେ ଯିରିମିୟ, ୟାଅ, ୟିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଚାର କରି ଏହିକଥା କୁହ,
ସଦାପ୍ରଭୁ କହନ୍ତି, ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ବର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସହେି ଧ୍ବଂସ୍ତ ସ୍ଥାନ ରେ ନଗର ନିର୍ମିତ ହବେ ଓ ରାଜଗୃହ ଯଥା ସ୍ଥାନ ରେ ପୁନଃନିର୍ମିତ ହବେ।
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହନ୍ତି, ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସମାନଙ୍କେୁ ବନ୍ଦୀତ୍ବରୁ ମୁକ୍ତ କରିବା। ଯିହୁଦା ଦେଶ ରେ ଓ ତାହାର ନଗର ସକଳ ରେ ସମାନେେ ପୁନର୍ବାର ଏହା ବ୍ଯବହାର କରିବେ। ' ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମାରେ ପବିତ୍ର ଉଚ୍ଚ ପର୍ବତ ରେ ସମଗ୍ର ଇଶ୍ରାୟେଲର ଲୋକମାନେ ମାେତେ ଉପାସନା କରିବେ। ସହେି ସ୍ଥାନ ରେ ମୁଁ ସମାନଙ୍କେୁ ଗ୍ରହଣ କରିବି ଓ ସହେି ସ୍ଥାନ ରେ ମୁଁ ତୁମ୍ଭମାନଙ୍କର ୟାବତୀଯ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନବୈେଦ୍ଯ ଲୋଡ଼ିବି।
ସାତଦିନ ୟାଏ ଯାଜକମାନେ ୟଜ୍ଞବଦେୀ ନିମନ୍ତେ ପୂଜା କରି ତାହା ଶୁଚି କରିବେ।
ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।
ସହେିଦିନ 'ସଦାପ୍ରଭୁଙ୍କ ପବିତ୍ର' ଏପରିକି ଅଶ୍ବଗଣର ଘଣ୍ଟି ରେ ମଧ୍ଯ ଲଖାୟିବେ। ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ସମସ୍ତ ପାତ୍ର ୟଜ୍ଞବଦେୀର ଜଳପାତ୍ର ତୁଲ୍ଯ ହବେ।