Home Bibles ଲୂକଲିଖିତ ସୁସମାଚାର 6:2 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 6:2 · ଓଡ଼ିଆ ବାଇବେଲ

କେତକେ ଫାରୂଶୀ କହିଲେ, ବିଶ୍ରାମବାର ରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭମାନେେ ତାହା କାହିଁକି କରୁଛ?

Cross references

ଯାତ୍ରା ପୁସ୍ତକ 22:10

କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମଷେ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅ ଦଖାେ ରେ ସେ ପଶୁ ମ ରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆୟାଏ,

ଯାତ୍ରା ପୁସ୍ତକ 31:15

ଏକ ସପ୍ତାହ ରେ ଛଅ ଦିନ କାର୍ୟ୍ଯ କରାୟିବ ଏବଂ ସପ୍ତମ ଦିନ ରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନ ରେ ଯେ କହେି କାର୍ୟ୍ଯ କରେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।

ଯାତ୍ରା ପୁସ୍ତକ 35:2

ଛଅଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ବତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମଦିନ ହବେ। ୟିଏ କହେି ସହେି ପବିତ୍ର ଦିନ ରେ କର୍ମ କରିବ, ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

ଗଣନା ପୁସ୍ତକ 15:32

ସେତବେେଳେ ଇଶ୍ରାୟେଲ ଥିବା ସମୟରେ ଗୋଟିଏ ବ୍ଯକ୍ତିକୁ ବିଶ୍ରାମ ବାର ରେ କାଠ ସଂଗ୍ରହ କରୁଥିବାର ଦେଖିଲେ।

ଯିଶାଇୟ 58:13

ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନ ରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫରୋଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀଯ ବୋଲି କୁହ, ଆଉ ନିଜ କାର୍ୟ୍ଯ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ ;

ମାଥିଉଲିଖିତ ସୁସମାଚାର 12:2

ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, ଦେଖ, ତୁମ୍ଭର ଶିଷ୍ଯମାନେ ବିଶ୍ରାମଦିବସ ରେ ଏଭଳି ଯାହା କରୁଛନ୍ତି, ତାହା ମାଶାଙ୍କେ ବ୍ଯବସ୍ଥାର ବିରୋଧୀ।

ମାଥିଉଲିଖିତ ସୁସମାଚାର 15:2

ତୁମ୍ଭ ଶିଷ୍ଯମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡିକୁ କାହିଁକି ମାନୁ ନାହାଁନ୍ତି? ତୁମ୍ଭ ଶିଷ୍ଯମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାଁନ୍ତି।

ମାଥିଉଲିଖିତ ସୁସମାଚାର 23:23

ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।

ମାର୍କଲିଖିତ ସୁସମାଚାର 2:24

ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, ତୁମ୍ଭ ଶିଷ୍ଯମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସ ରେ ଏଭଳି କାମ ଯିହୂଦୀ ନିୟମର ବିହୁଦ୍ଧାଚରଣ ଅଟେ।

ଲୂକଲିଖିତ ସୁସମାଚାର 5:33

ସମାନେେ ଯୀଶୁଙ୍କୁ କହିଲେ, ଯୋହନଙ୍କ ଶିଷ୍ଯମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ଯମାନେ ସହେିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ଯମାନେ ସବୁବେଳେ ଖିଆପିଆ କରୁଛନ୍ତି।

ଲୂକଲିଖିତ ସୁସମାଚାର 6:7

ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ।

ଯୋହନଲିଖିତ ସୁସମାଚାର 5:9

ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହାଇଗେଲା। ସେ ତା' ବିଛଣା ଉେଠଇ ଚାଲିବାକୁ ଆରମ୍ଭ କଲା।

ଯୋହନଲିଖିତ ସୁସମାଚାର 5:16

ଯୀଶୁ ବିଶ୍ରାମବାର ରେ ଏହିସବୁ (ସୁସ୍ଥ) କାର୍ୟ୍ଯ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ଯବହାର କରିବା ଆରମ୍ଭ କଲେ।

ଯୋହନଲିଖିତ ସୁସମାଚାର 9:14

ଯୀଶୁ କାଦୁଅ କରିଥିଲେ ଓ ତା' ଆଖି ସୁସ୍ଥ କରିଥିଲେ। ସେ ଏ କାର୍ୟ୍ଯ ବିଶ୍ରାମବାର ଦିନ କରିଥିଲେ।

Interlinear

Choose Theme