ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।
Cross references
ତା'ପର ଦିନ ବଡ଼ ଝିଅ ସାନ ଝିଅକୁ କହିଲା, ଗତ ରାତିଲେ ମୁଁ ପିତାଙ୍କ ନିକଟରେ ଶଯନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ଯପାନ କରାଇବା, ତା'ପରେ ତୁ ତାଙ୍କ ସାଙ୍ଗ ରେ ୟାଇ ସହବାସ କର। ଏହି ଉପାଯ ରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ଯମ ରେ ଆମ୍ଭର ପରିବାର ନଷ୍ଟ ହବୋରୁ ରକ୍ଷା କରିପାରିବା।
ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,
ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ଅଟନ୍ତି, ସମାନଙ୍କେୁ ସେ ବଳବାନ୍ କରିପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁଦ୍ଦିର୍ଗ ରେ ଭ୍ରମଣ କରି ସହେି ଲୋକମାନଙ୍କୁ ତନ୍ନ ତନ୍ନ କରି ଖାଜେନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ୟ୍ଯ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ୟୁଦ୍ଧ ଘଟିବ।
ରାଜା ଆହସ୍ଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ବସ୍ତ ହେଲେ।
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
ହେ ପରମେଶ୍ବର, ମୁଁ ବିଶ୍ବସ୍ତ ହୁଏ ବୋଲି ତୁମ୍ଭେ ଚାହଁ, ତଣେୁ ମାେ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ।
ମାରେ ଶତ୍ରୁମାନେ ସମାନଙ୍କେର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସମାନେେ ପରମେଶ୍ବରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ।
ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରେଖ। ମାତ୍ର ବିଶ୍ବାସଘାତକର ସେ ବିନାଶ କରନ୍ତି।
ତୁମ୍ଭେ କହିବ, ସମାନେେ ମାେତେ ମାରିଲେ, ମାତ୍ର ମାରେ କ୍ଷତି ହାଇେ ନାହିଁ। ସମାନେେ ମାେତେ ପ୍ରହାର କଲେ ମାତ୍ର ମୁଁ କିଛି ଜାଣି ନାହିଁ। ମୁଁ ବର୍ତ୍ତମାନ ଉଠିପାରିବି ନାହିଁ। ମୁଁ ଆଉ ପିଇବା ପାଇଁ ଚା ହେଁ।
ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢ଼ିଙ୍କି ରେ କୁଟିଲେ ହେଁ ତା'ର ଅଜ୍ଞାନତା ଛାଡ଼ିବ ନାହିଁ।
ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।
ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।
ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।
ତେଣୁ ସଦାପ୍ରଭୁ ତାଙ୍କର କୋରଧ ପ୍ରଚଣ୍ଡତା ଓ ୟୁଦ୍ଧର ପ୍ରବଳତା ସମାନଙ୍କେ ଉପ ରେ ଢ଼ାଳି ଦେଲେ। ଫଳ ରେ ତା'ର ଚତୁର୍ଦ୍ଦିଗ ରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନି ରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋୟୋଗ କଲା ନାହିଁ।
କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ଯ ; ମାରେ ବାକ୍ଯ ତୁମ୍ଭେ ବିଶ୍ବାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ବରୂପ ବୋଲି ଆମ୍ଭେ ଜାଣିଲୁ।
ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।
ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହାଇେଅଛି। ବସନ୍ତକାଳୀନ ବର୍ଷା ଆସି ନାହିଁ। କିନ୍ତୁ ତୁମ୍ଭେ ଜଣେ ବେଶ୍ଯାର ଭଂଗୀ ଓ ଲଜ୍ଜ୍ଯାହୀନ ଚାହାଣୀ ବଜାଯ ରଖିଛ ଓ ଲଜ୍ଜିତ ହବୋକୁ ଅସ୍ବୀକାର କରୁଛ।
ମାତ୍ର ସମାନେେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସମାନେେ ଅବାଧ୍ଯ ହାଇେ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଚାରୀ ହେଲେ।
ତେଣୁ ତୁମ୍ଭେ ସମାନଙ୍କେୁ କହିବ, ସମାନେେ ହେଉଛନ୍ତି ଏକ ଗୋଷ୍ଠୀ ଯେଉଁମାନେ କି ସଦାପ୍ରଭୁ, ଆପଣା ପରମେଶ୍ବରଙ୍କ କଥାପ୍ରତି ଅବଧାନ କରନ୍ତି ନାହିଁ। ସମାନେେ ପରମେଶ୍ବରଙ୍କ ଶିକ୍ଷା ଗ୍ରହଣ କରନ୍ତି ନାହିଁ। ବିଶ୍ବସନୀଯତା ଉଭଇେ ୟାଇଛି। ଏହା ସମାନଙ୍କେ ମୁଖରୁ ଅଦୃଶ୍ଯ ହାଇେ ୟାଇଛି।
ଯିହୁଦା ଓ ୟିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହାଇେଅଛନ୍ତି ? ସମାନେେ ମିଥ୍ଯା ଓ ପ୍ରବଞ୍ଚନା ରେ ବିଶ୍ବାସ ରଖନ୍ତି ଓ ସମାନେେ ଫରେିବାକୁ ଅସମ୍ମତ।
ଆମ୍ଭେ ସମାନଙ୍କେୁ ଦେଶର ପୁରଦ୍ବାର ସମୂହ ରେ କୁଲା ରେ ପାଛୁଡ଼ି ଅଛୁ। ଆମ୍ଭେ ସମାନଙ୍କେୁ ସନ୍ତାନ ସନ୍ତତି ବିହୀନ କରିଅଛୁ। ଆମ୍ଭେ ସମାନଙ୍କେୁ ବିନାଶ କରିଅଛୁ। ସମାନେେ ଆପଣା ଆପଣା ପଥରୁ ଫରେି ନାହାଁନ୍ତି।
ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସମାନେେ ଅତି ଅବାଧ୍ଯ। ତେଣୁ ସମାନେେ ଦଣ୍ଡିତ ହେଲେ। ସମାନଙ୍କେର କିଛି ମଙ୍ଗଳ ହେଲା ନାହିଁ।
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧ ରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସମାନଙ୍କେ ପ୍ରତି ଘଟାଇବା କାରଣ ସମାନେେ ମାରେ ବାକ୍ଯ ନ ମାନି ଅବାଧ୍ଯ ହାଇେଅଛନ୍ତି।'
ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।
ଏପରିକି ଏବେ ମଧ୍ଯ ସମାନେେ ବିନଯୀ ହାଇେ ନାହାଁନ୍ତି କିଅବା ଆମ୍ଭପ୍ରତି ଭକ୍ତିଭାବ ଦଖାଇେ ନାହାଁନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦଇେଥିବା ବିଧି ଓ ବ୍ଯବସ୍ଥା ଅନୁସାରେ ସମାନେେ ଆଚରଣ କରି ନାହାଁନ୍ତି।
କିନ୍ତୁ ଇଶ୍ରାୟେଲ ଭବିଷ୍ଯତ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସମାନେେ ଆମ୍ଭ କଥା ଶୁଣିବା ପାଇଁ ଚାହାଁନ୍ତି ନାହିଁ। ସମୁଦାଯ ଇଶ୍ରାୟେଲର ଲୋକମାନେ ଜିଦ୍ଖୋର ଓ କଠିନ ଚିତ୍ତ ଅଟନ୍ତି।
ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମାରେ କୋରଧ ତୁମ୍ଭ ବିରୁଦ୍ଧ ରେ ପଠାଇବି।
ମାଶାଙ୍କେ ଲିଖିତ ବ୍ଯବସ୍ଥାନୁସା ରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭମାନେେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରିନାହୁଁ କି ପାପରୁ ବିରତ ହାଇନୋହୁଁଓ ତାଙ୍କର ସତ୍ଯତା ପ୍ରତି ଧ୍ଯାନ ଦଇନୋହୁଁ।
ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହା କହନ୍ତି।
ତେଣୁ ଅନାବୃଷ୍ଟି ଯୋଗୁ ଦୁଇ ତିନିଟି ନଗର ରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଝଳପାନ କରିବାକୁ ଧାଇଁଲେ। କିନ୍ତୁ ସଠାେ ରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହାହିଁ କହିଲେ।
ଉତ୍ତାପ ଓ ରୋଗଦ୍ବାରା ତୁମ୍ଭର ଶସ୍ଯସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷା କ୍ଷତକେୁ ଧ୍ବଂସ କଲୁ। ଫଙ୍ଗପାଳ ତୁମ୍ଭର ଡିମିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ବଂସ କଲେ। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
ମିଶର ରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ରୋଗଗୁଡିକୁ ପ୍ ରରଣେ କଲୁ। ଖଡ୍ଗ ରେ ଆମ୍ଭେ ତୁମ୍ଭର ୟୁବକମାନଙ୍କୁ ହତ୍ଯା କଲୁ। ତୁମ୍ଭମାନଙ୍କର ଘୋଡାଗୁଡିକୁ ନଇଗେଲୁ। ତୁମ୍ଭର ଶିବରଗୁଡିକୁ ମୃତଶବର ଦୁର୍ଗନ୍ଧ ରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭମାନେେ ଆମ୍ଭ ସାହାୟ୍ଯ ଭିକ୍ଷା ପାଇଁ ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।
ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସମାନେେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ୟିରୁଶାଲମ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖିଲା ନାହିଁ। ସମାନେେ ତାଙ୍କ ପରମେଶ୍ବରଙ୍କ ସନ୍ନିକଟକୁ ଗଲେ ନାହିଁ।
ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚଯ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିଯମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତବେେ ତୁମ୍ଭର ଘର କବେେ ବିନଷ୍ଟ ହବେନାହିଁ। ତୁମ୍ଭେ ଯଦି ଏହା କରିବ, ତବେେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦବୋ ନାହିଁ। କିନ୍ତୁ ସହେି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।
କିନ୍ତୁ ସହେି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସମାନେେ ଜିଦ୍ଖୋର ହାଇେ ତାଙ୍କ ମୁହଁ ଫରୋଇଲେ ଏବଂ ତାଙ୍କ କାନ ଘୋଡାଇ ପକାଇଲେ।