ହେ ଯିରିମିୟ, ତୁମ୍ଭେ ରେଖବୀଯ ବଂଶ ନିକଟକୁ ୟାଇ ସମାନଙ୍କେୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସମାନଙ୍କେୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।
Cross references
ଶଲୋମନ ମନ୍ଦିର ମୂଖ୍ଯ ପାଶର୍ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
ସେ ମଧ୍ଯ ମନ୍ଦିର ଗ୍ଭରିପଟେ କଠାେରୀ ନିର୍ମାଣର କାର୍ୟ୍ଯ ଶଷେ କଲେ। ପ୍ରେତ୍ୟକକ ମହଲାର ଉଚ୍ଚତା ପାଞ୍ଚହାତ ଥିଲା। ଏରସ କାଠର କଡିକାଠଗୁଡିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?
ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ।
ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।
ସହେି ଲବେୀୟ ଗାଯକଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ ଏବଂ ସମାନେେ ମନ୍ଦିର ମଧିଅରେ ଥିବା କଠାେରୀଗୁଡ଼ିକରେ ରହୁଥିଲେ। ସମାନେେ ଅନ୍ୟ କାର୍ୟ୍ଯରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ୟ୍ଯ କରିବା ଦାଯିତ୍ବ ସମାନଙ୍କେ ଉପରେ ଥିଲା।
ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।
ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସହେି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କଠାେରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧିଅରେ ବ୍ଯବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ।
ସ୍ବର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ଯ ସୁନା ରେ ଆଚ୍ଛାଦନ କଲେ।
ଏହାପରେ ହିଜକିଯ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।
ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କଠାେରୀ ରେ ପ୍ରଧାନ ଯାଜକ ଗର୍ବର ଓ ଲବେୀୟମାନଙ୍କର ଓ ଇଶ୍ରାୟେଲୀୟ ପରିବାରର ନେତାମାନଙ୍କର ସାକ୍ଷାତ ରେ ଏହାସବୁ ତୌଲି ନଦବୋ ପର୍ୟ୍ଯନ୍ତ ତୁମ୍ଭମାନେେ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।
ତେଣୁ ସେ ତାକୁ ଏକ ବଡ କଠାେରୀ ଦଲୋ। ସହେି କଠାେରୀକୁ ପୂର୍ବେ ଲୋକମାନେ ସହେି ସ୍ଥାନ ରେ ଶସ୍ଯ ନବୈେଦ୍ଯ, ସୁଗନ୍ଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଲବେୀୟ ଓ ଗାଯକ ଓ ଦ୍ବାରପାଳମାନଙ୍କ ନିମନ୍ତେ ଶସ୍ଯ, ଦ୍ରାକ୍ଷାରସ ଓ ତୈଲର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବା ରେ ବ୍ଯବହୃତ ହେଉଥିଲା।
ଏହା ମାେତେ ବ୍ଯତିବ୍ଯସ୍ତ କଲା, ଏଣୁ ମୁଁ ସହେି କଠାେରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦଲେି।
ସମାନଙ୍କେୁ ସଦାପ୍ରଭୁଙ୍କ ଗୃହକୁ ନଇଗେଲି। ମୁଁ ପରମେଶ୍ବରଙ୍କ ଲୋକ ୟିଗଦଲିଯର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସହେି କଠାେରୀ ଉଲ୍ଲମର ପୁତ୍ର ମା ସଯେ ନାମକ ଦ୍ବାରପାଳର କଠାେରୀ ଉପ ରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।
ତେଣୁ ଆମ୍ଭମାନେେ ରେଖବୀଯ ବଂଶ ଆମ୍ଭ ପୂର୍ବପୁରୁଷ ଯିହାନୋଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦଇେଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭମାନେେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ର କନ୍ଯାମାନେ କବେେ ଦ୍ରାକ୍ଷାରସ ପାନ କରୁ ନାହୁଁ।
ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।
ତା'ପ ରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କଠାେରୀଗୁଡ଼ିକ ଥିଲା ଏବଂ ସଗେୁଡ଼ିକର ପ୍ରସ୍ଥ ଚାରି ହାତ ଲଖାଏଁେ ଥିଲା।
କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।