ସମାନେେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ୟିରୁଶାଲମକୁ ଗଲେ।
Cross references
ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗ ରେ ଦବଦୋରକ୍ସ୍ଟ କାଠ ରେ ତିଆରି ନାନା ପ୍ରକାର ବାଦ୍ଯୟନ୍ତ୍ର ବୀଣା ଓ ନବେଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନିଚକ୍ସ୍ଟ ଥିଲେ।
ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।
4,000 ଲବେୀୟ ଦ୍ବାରପାଳ ହବେେ ଏବଂ 4,000 ଲବେୀୟ ବାଦ୍ଯକାର ହବେେ। ମୁଁ ସମାନଙ୍କେ ନିମନ୍ତେ ବିଶଷେ ବାଦ୍ଯୟନ୍ତ୍ରସବୁ ନିର୍ମାଣ କରିଅଛି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସହେି ବାଦ୍ଯୟନ୍ତ୍ରଗୁଡ଼ିକୁ ବ୍ଯବହାର କରିବେ।
ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।
ଜାଗ୍ରତ ହୁଅ, ହେ ମାରେ ପ୍ରାଣ !ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
ହେ ପରମେଶ୍ବର, ଦଶତାର ୟନ୍ତ୍ର ଓ ନବେଲରେ ବୀଣାର ଗମ୍ଭୀର ଧ୍ବନିରେ ସୂ-ଗୀତ ଗାନ କରିବା ଭଲ।
ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ ପରିତ୍ରାଣର ଶୈଳ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କରିବା, ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।
ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !
ମୁଁ ସ୍ବର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ବର ଶୁଣିଲି। ଏହା ବୀଣାବାଦକମାନେ ସମାନଙ୍କେର ବୀଣାବାଦନ କରିବାପରି ମନେ ହେଲା।