ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ।
Cross references
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।
ପୁଣି ମାଶାେ ମେଘ ମଧିଅରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଚାଳିଶ ଦିନ ସହେି ପର୍ବତ ଉପରେ ରହିଲେ।
ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।
ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।
ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।
ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।
ଆଉ ଦଶଦିନ ପ ରେ ଦଖାଗେଲା ସମାନେେ ରାଜକୀଯ ଭକ୍ଷଣକାରୀଙ୍କଠାରୁ ଅଧିକ ସୁସ୍ଥସବଳ ଓ ହୃଷ୍ଟପୁଷ୍ଟ ଦଖାଗେଲେ।
ମାଶାଙ୍କେର ବ୍ଯବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହାରବେ ପର୍ବତ ରେ ଏହି ବ୍ଯବସ୍ଥା ଓ ନିଯମମାନ ତାଙ୍କୁ ଦଇେଥିଲୁ। ସହେି ବ୍ଯବସ୍ଥା ଇଶ୍ରାୟେଲର ସମସ୍ତ ଲୋକଙ୍କ ପାଇଁ ଥିଲା।
ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।
ଯୀଶୁ ସଠାେରେ ଚାଳିଶ ଦିନ ପର୍ୟ୍ଯନ୍ତ ଉପବାସ ପାର୍ଥନା ସହିତ ରହିଲେ। ସଠାେରେ ସେ ଶୟତାନ ଦ୍ବାରା ପରୀକ୍ଷିତ ହେଲେ। ତା'ପରେ ସ୍ବର୍ଗଦୂତମାନେ ଆସି ଯୀଶୁଙ୍କର ସବୋ କଲେ।
ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।
କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।