ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।
Cross references
ଯିହୁଦା ରେ ଆସା ରାଜତ୍ବ କରିବାର ତୃତୀୟ ବର୍ଷ ରେ ଅହିଯଙ୍କ ପୁତ୍ର ବାଶା ଇଶ୍ରାୟେଲର ରାଜା ହେଲେ। ବାଶା ତିର୍ସା ରେ ଚବିଶ ବର୍ଷ ରାଜତ୍ବ କଲେ।
ବାଶା ମୃତ୍ଯୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସା ରେ କବର ପାଇଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଏଲା ରାଜା ହେଲେ।
ଯିହୁଦା ରେ ଆସାଙ୍କ ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ସିମ୍ରି ଇଶ୍ରାୟେଲର ରାଜା ହେଲେ। ସେ ତିର୍ସା ରେ ସାତଦିନ ରାଜତ୍ବ କଲେ। ସହେି ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିଦ୍ଦଥୋନ ବିରୁଦ୍ଧ ରେ ଛାଉଣି ସ୍ଥାପନ କରିଥିଲେ।
ସେ ସମୟରେ ଇଶ୍ରାୟେଲର ଲୋକମାନେ ଦୁଇ ଭାଗ ରେ ବିଭକ୍ତ ହେଲେ। ଅର୍ଦ୍ଧକେ ଲୋକ ଗୀନତର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତା'ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧକେ ଅମ୍ରିଙ୍କର ଅନୁଗାମୀ ହେଲେ।
ଯିହୁଦା ରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଅମ୍ରି ଇଶ୍ରାୟେଲର ରାଜା ହେଲେ। ଅମ୍ରି ଇଶ୍ରାୟେଲ ରେ ବାରବର୍ଷ ରାଜତ୍ବ କଲେ। ସେଥି ବାରବର୍ଷ ମଧ୍ଯରୁ ଛଅବର୍ଷ ତିର୍ସା ରେ ରାଜତ୍ବ କଲେ।
ଆଉ ଗାଦିର ପୁତ୍ର ମନ ହେମ୍ ତିର୍ସାରୁ ଆସି ଶମରିଯା ରେ ଉପସ୍ଥିତ ହେଲେ ଓ ୟାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିଯା ରେ ଆଘାତ କରି ବଧ କଲେ ଓ ତାଙ୍କ ପଦ ରେ ରାଜ୍ଯ କଲେ।
ଯିହୁଦାର ଅସରିଯଙ୍କ ରାଜତ୍ବର ପଗ୍ଭଶ ବର୍ଷ ରେ ମନ ହେମ୍ଙ୍କ ପୁତ୍ର ପକହିଯ ଇଶ୍ରାୟେଲ ରେ ରାଜା ହେଲେ ଓ ସେ ଦୁଇବର୍ଷ ଶମରିଯା ଶାସନ କଲେ।
ଆମାେନ୍ ବାଇଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ୟଟବା ନିବାସୀ ହାରୁଷଙ୍କ କନ୍ଯା ଥିଲେ।
ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତବେେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସମାନେେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।