ବାଶା ମୃତ୍ଯୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସା ରେ କବର ପାଇଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଏଲା ରାଜା ହେଲେ।
Cross references
ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।
ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।
ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡି ତିର୍ସା ରେ ବାସ କଲେ।
ଯିହୁଦା ରେ ଆସାଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ରେ ୟାରବିଯାମଙ୍କ ପୁତ୍ର ନାଦବ୍ ଇଶ୍ରାୟେଲର ରାଜା ହେଲେ।
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।
ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମ ରେ ଲିପ୍ତ ରହିଲେ ଓ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ। ସମାନଙ୍କେର ବହୁତ ମୂର୍ତ୍ତୀ ଦ୍ବାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।
ଅମ୍ରିଙ୍କର ମୃତ୍ଯୁପରେ ସେ ଶମରିଯା ରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।