ଏକ ସ୍ବର୍ଗୀଯ ବାଣୀ, ଇଶ୍ରାୟେଲ ବିଷଯ ରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ୟିଏକି ମନୁଷ୍ଯମାନଙ୍କ ମଧିଅରେ ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି।
Cross references
ପରମେଶ୍ବର ସହେି ତାରଣେ ନାମ ଦେଲେ ଆକାଶ ତା'ପରେ ସଠାେ ରେ ପ୍ରଭାତ ଏବଂ ସଠାେରେ ସୁର୍ୟ୍ଯାସ୍ତ ହେଲା। ଏବଂ ଏହା ଦି୍ବତୀଯ ଦିନ ଥିଲା।
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।
ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?
ପରମେଶ୍ବର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ଯ ସ୍ଥାନ ରେ ପରମେଶ୍ବର ପୃଥିବୀକୁ ଶୂନ୍ଯ ରେ ଟଙ୍ଗାଇ ରଖନ୍ତି।
ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
ସ୍ବର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା, ସିଯୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।
ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପ ରେ ପୁଣି ଧୂଳିକୁ ଫରେିୟିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ବରଙ୍କ ନିକଟକୁ ଫରେିୟିବ।
କିଏ ନିଜର ହସ୍ତ ପାପୁଲି ରେ ସମୁଦ୍ର ଜଳରାଶି ମାପିଅଛି ? କିଏ ନିଜର ହସ୍ତ ଚାଖଣ୍ଡ ରେ ଅନନ୍ତ ଆକାଶକୁ କଳନା କରିଅଛି ? ପୁଣି କିଏ ଗୌଣୀ ରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି ? କିଏ ପର୍ବତଗୁଡି଼କୁ ନିକିତି ରେ ଓ ଉପପର୍ବତକୁ ତରାଜୁ ରେ ତଉଲି ଅଛି ?
ସଦାପ୍ରଭୁ ପ୍ରକୃତ ପରମେଶ୍ବର। ସେ ଭୂମଣ୍ଡଳ ଉପ ରେ ଉପବିଷ୍ଟ। ତାଙ୍କ ତୁଳନା ରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଚାନ୍ଦୁଆ ତୁଲ୍ଯ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ଯ ତାକୁ ନିସ୍ତାର କରନ୍ତି।
ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପ ରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ବାସ ପ୍ରଶ୍ବାସ ଦିଅନ୍ତି ଓ ସକଳ ଆତୟାତ ବ୍ଯକ୍ତିମାନଙ୍କୁ ଜୀବନ ଦିଅନ୍ତି, ସହେି ସଦାପ୍ରଭୁ ପ୍ରକୃତ ପରମେଶ୍ବର ଏହି କଥା କୁହନ୍ତି।
ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢିଛନ୍ତି।ସସ ଏହା କୁହନ୍ତି, ଆମ୍ଲଭ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଲଭ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତସକହି ନାହିଁ।
ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ। ଆମ୍ଭ ସ୍ବହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ ଓ ତହିଁରେ ସକଳ ସୈନ୍ଯସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦଇେଅଛୁ।
ସଦାପ୍ରଭୁ ହିଁ ପରମେଶ୍ବର, ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା, ସେ ପୃଥିବୀର ମଧ୍ଯ ନିର୍ମାଣକାରୀ, ସେ ଏହାକୁ ସ୍ଥାପନ କଲେ, ସେ ତାକୁ ଶୂନ୍ଯପରି ସୃଷ୍ଟି କଲେ ନାହିଁ। ସେ ତାକୁ ବସତି ପାଇଁ ସ୍ଥାପନ କଲେ। ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ବର କହେି ନାହାଁନ୍ତି।
ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସମାନଙ୍କେୁ ଡାକିଲେ ସମାନେେ ଏକତ୍ର ଆମ୍ଭ ସମ୍ମୁଖ ରେ ଛିଡ଼ା ହୁଅନ୍ତି।
ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରି ଅଛନ୍ତି, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ। ତେଣୁ ତୁମ୍ଭେ ଦିନୟାକ ନିରନ୍ତର ସମାନଙ୍କେୁ ଭୟ କରୁଛ ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ଯତ ହାଇେ କୋପ କରିଛନ୍ତି। ମାତ୍ର ସହେି ଉପଦ୍ରବକାରୀ ଏବେ କାହାଁନ୍ତି ଓ ତାଙ୍କର କୋପ କାହିଁ ?
ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷ ରେ ସହେି ପରମେଶ୍ବର ଏହି କଥା କୁହନ୍ତି, ଦେଖ, ଆମ୍ଭେ କୋପରୂପକ ପାନପାତ୍ର' ତୁମ୍ଭ ହସ୍ତରୁ କାଢ଼ି ନଇେ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦବେୁ ନାହିଁ।
ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।
ପରମେଶ୍ବର ସ୍ବପରାକ୍ରମ ରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ବାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳ ରେ ପୃଥିବୀ ଉପ ରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।
ଏରୁ ସଦାପ୍ରଭୁ କହନ୍ତି, ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇଶ୍ରାୟେଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ବ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫରେିଆସି ଶାନ୍ତି ରେ ଓ ନିରାପଦ ରେ ରହିବ। କହେି ତାହାକୁ ଭୟ ଦଖାଇବେେ ନାହିଁ।
ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସମାନେେ ଗ୍ରାସିତ ହବେେ। ତୁମ୍ଭର ବିପକ୍ଷ ସମସ୍ତେ ସମାନଙ୍କେର ପ୍ରେତ୍ୟକକର ବନ୍ଦୀତ୍ବ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସମାନେେ ଲୁଣ୍ଠିତ ହବେେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ଯ ଅପହରଣ କରନ୍ତି, ଆମ୍ଭେ ସମାନଙ୍କେର ଦ୍ରବ୍ଯ ଅପହରଣ କରାଇବା।
ତହୁଁ ସଦିକିଯ ରାଜା ଗୋପନ ରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତ ରେ ସମର୍ପଣ କରିବି ନାହିଁ।
ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।
ସଦାପ୍ରଭୁ ଆପଣା ପରାକ୍ରମ ରେ ପୃଥିବୀ ନର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନ ରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧି ରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।
ତୁମ୍ଭର ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା ରେ ପରିପୂର୍ଣ୍ଣ। ସମାନେେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମାଚେନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହବୋର ଦେଖି ପ୍ରଚାର କରିଅଛନ୍ତି।
ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।
ମିଶର ଗୋଟିଏ ନିର୍ଜନ ସ୍ଥାନ ହବେ ଏବଂ ଶୂନ୍ଯ ମରୁଭୂମି ହବେ। କାରଣ ସମାନେେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହାଇେଥିଲେ। ସମାନେେ ସହେି ଦେଶର ନିରୀହ ଲୋକମାନଙ୍କୁ ହତ୍ଯା କରିଥିଲେ।
କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ଯା କରିଛନ୍ତି ଆମ୍ଭେ ପ୍ରକୃତ ରେ ସମାନଙ୍କେୁ ଶାସ୍ତି ଦବୋ। କାରଣ ସଦାପ୍ରଭୁ ପରମେଶ୍ବର ସିୟୋନ ରେ ବାସ କରନ୍ତି।
କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପ ରେ ରକ୍ତ ପାନ କରିଥିଲ। ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
ଏକ ସ୍ବର୍ଗୀଯବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷଯ ରେ। ସମସ୍ତ ଲୋକ ପରମେଶ୍ବରଙ୍କୁ ଅନାଉଅଛନ୍ତି, ଯେପରି ଇଶ୍ରାୟେଲ ଗୋଟିଏ ପରିବାରବର୍ଗ।
ଇଶ୍ରାୟେଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ବର ମଲାଖିକୁ ନିୟୁକ୍ତ କରିଥିଲେ।
ପରମେଶ୍ବର ଏହା ମଧ୍ଯ କହନ୍ତି :
ଏହି ପୃଥିବୀ ରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସମାନେେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦଖାଇେଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।