ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ବାରା ମୃତ୍ଯୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି।
Cross references
କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!
ସହେି ସ୍ତ୍ରୀ ଲୋକଟି ଦେଖିଲା ଯେ, ସହେି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସହେି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ବାମୀକୁ ଖାଇବାକୁ ଦଲୋ ଏବଂ ସେ ମଧ୍ଯ ତାହାକୁ ଖାଇଲା।
ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।
ସଦାପ୍ରଭୁ ପରମେଶ୍ବର କହିଲେ, ଦେଖ ମନୁଷ୍ଯ ଭଲ ଓ ମନ୍ଦର ବୋଧପ୍ରାପ୍ତ ହାଇେ ଆମ୍ଭମାନଙ୍କ ପରି ଜଣେ ହାଇେଅଛି। ଆଉ ଏବେ ସେ ଯେପରି ହାତବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ଯ ଖାଇବା ଉଚ଼ିତ୍ ନୁହଁ। ଯଦି ସେ ଏହା ଖାଇଥାନ୍ତା, ସେ ଅମର ହାଇେଥାନ୍ତା।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା।
ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।
ସମସ୍ତେ ପାପ କରିଛନ୍ତି ଓ ପରମେଶ୍ବରଙ୍କ ମହିମା ପାଇବା ରେ ଉଣା ପଡ଼ିଛନ୍ତି।
କିନ୍ତୁ ଆଦମଙ୍କ ସମୟରୁ ମାଶାଙ୍କେ ସମୟ ସୁଦ୍ଧା, ପ୍ରେତ୍ୟକକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ବରଙ୍କର ଆଦେଶ ଅମାନ୍ଯ କରି ପାପ କରିଥିବା ହତେୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନଥିଲେ, ସମାନଙ୍କେୁ ମଧ୍ଯ ମରିବାକୁ ହେଲା।
ଜଣେ ଲୋକ ପରମେଶ୍ବରଙ୍କୁ ଅବଜ୍ଞା କଲା ଓ ଅନକେ ଲୋକ ପାପୀ ହାଇେ ଗଲେ। କିନ୍ତୁ ସହେିପରି ଜଣେ ଲୋକ ପରମେଶ୍ବରଙ୍କୁ ମାନିଲା ଓ ଅନକେ ଲୋକ ଧାର୍ମିକ ହାଇେ ଯିବେ।
ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ଯୁକୁ ବ୍ଯବହାର କଲା। କିନ୍ତୁ ପରମେଶ୍ବର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହା ଦ୍ବାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ରହିଲେ। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଏହା ଅନନ୍ତ ଜୀବନ ଆଣିଲା।
ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।
ଜଣେ ମନୁଷ୍ଯ ହତେୁ ଲୋକମାନଙ୍କ ପାଖକୁ ମୃତ୍ଯୁ ଆସିଲା। କିନ୍ତୁ ଜଣେ ମନୁଷ୍ଯ ଦ୍ବାରା ମଧ୍ଯ ମୃତ୍ଯୁର ପୁନରୁତ୍ଥାନ ହେଲା।
ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ।
ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।
ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।
ତା'ପରେ ମୃତ୍ଯୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷପେ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ବିତୀୟ ମୃତ୍ଯୁ ଅଟେ।