ତେଣୁ ଯେଉଁ ଚାରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀଯାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସହେି ଘଣ୍ଟା, ଦିନ, ମାସ ଓ ସହେି ବର୍ଷ ପର୍ୟ୍ଯନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସମାନଙ୍କେୁ ମୁକ୍ତ କରାଗଲା।
Cross references
ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।
ସମୁଦ୍ର ରେ ଥିବା ଏକ ତୃତୀଯାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀଯାଂଶ ଜାହାଜ ନଷ୍ଟ ହାଇଗେଲା।
ସହେି ତାରାର ନାମ 'ନାଗଦଅଣା' ଥିଲା। ଏହାଦ୍ବାରା ପୃଥିବୀର ଏକ ତୃତୀଯାଂଶ ଜଳଭାଗ ପିତା ହାଇଗେଲା। ଏହି ପିତା ଜଳ ପାନକରି ଅନକେ ଲୋକ ମୃତ୍ଯୁବରଣ କଲେ।
କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।
ବିଛାର ନାହୁଡ଼ ଭଳି ସମାନଙ୍କେ ଲାଙ୍ଗୁଡ଼ ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ୟ୍ଯନ୍ତ ଲୋକମାନଙ୍କୁ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସମାନଙ୍କେ ଲାଙ୍ଗୁଡ଼ ରେ ଥିଲା।
ସମାନଙ୍କେ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହତେୁ ମନୁଷ୍ଯ ଜାତିର ଏକ ତୃତୀଯାଂଶ ପ୍ରାଣ ହରାଇଲେ।