Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17 · ଓଡ଼ିଆ ବାଇବେଲ

ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।

Cross references

ଆଦି ପୁସ୍ତକ 15:1

ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।

ଯାତ୍ରା ପୁସ୍ତକ 14:13

କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

ଯାତ୍ରା ପୁସ୍ତକ 20:20

ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭମାନେେ ଯମେନ୍ତ ପାପ ନକରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।

ଗୀତସଂହିତା 139:5

ସଦାପ୍ରଭୁ ତୁମ୍ଭେ ମାରେ ଚତୁପାଶର୍‌ବରେ ଅଛ, ମାେ ଆଗରେ ଓ ପଛରେ ଅଛ। ତୁମ୍ଭେ ଆପଣା ସୁରକ୍ଷାର ହାତ ମାେ ଉପରେ ରଖିଥାଅ।

ଯିଶାଇୟ 41:4

କିଏ ଆଦ୍ଯରୁ ପୁରୁଷକୁ ପୁରୁଷ ଧରି ଏକ କାର୍ୟ୍ଯ ସାଧନ କରିଅଛି ? ଆମ୍ଭେ ସଦାପ୍ରଭୁ ଆଦି ଓ ଶଷେକାଳ ପର୍ୟ୍ଯନ୍ତ ସଙ୍ଗ ରେ ଥାଉ, ଆମ୍ଭେ ସହେି ଅଟୁ।

ଯିଶାଇୟ 41:10

ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଯିଶାଇୟ 44:6

ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।

ଯିଶାଇୟ 48:12

ହେ ଯାକୁବ, ଆମ୍ଭ ଆହୂତ ଇଶ୍ରାୟେଲ, ତୁମ୍ଭମାନେେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ଯ ଓ ଅନ୍ତ।

ଯିରିମିୟଙ୍କ ବିଳାପ 3:57

ଯେଉଁଦିନ ମୁଁ ତୁମ୍ଭ ଛାମୁ ରେ ପ୍ରାର୍ଥନା କଲି, ସଦେିନ ତୁମ୍ଭେ ନିକଟବର୍ତ୍ତୀ ହେଲ ଓ କହିଲ, ଭୟ କର ନାହିଁ।

ଯିହିଜିକଲ 1:28

ସହେି ତଜେ ତା'ର ଚତୁଃପାଶର୍‌ବ ରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦଖାଗେଲା, ଯାହା ବର୍ଷା ଦିନ ରେ ମେଘ ରେ ଦଖାୟୋଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ବର ମାେତେ କିଛି କହୁଥିବାର ଶୁଣିଲି।

ଦାନିଏଲ 8:17

ମନୁଷ୍ଯାକୃତି ସ୍ବର୍ଗଦୂତ ଗାବ୍ରିଯଲେ ମାେ ନିକଟକୁ ଆସିଲେ। ମୁଁ ଭୟଭୀତ ହାଇେ ତାଙ୍କ ପାଦତଳେ ପଡିଗଲି। ମାତ୍ର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ବୁଝ, ଏହି ଦର୍ଶନ ଶଷେକାଳ ବିଷଯକ ଅଟେ।

ଦାନିଏଲ 10:8

ତହିଁରେ ମୁଁ ଏକାକୀ ରହି ସହେି ମହା ଦର୍ଶନ ଦେଖିଲି। ମୁଁ ଅତ୍ଯନ୍ତ ଭୟଭୀତ ହାଇେ ମାରେ ସମସ୍ତ ଶକ୍ତି ହରାଇଲି। ମାରେ ମୁଖ ମୃତ ବ୍ଯକ୍ତିର ମୁଖପରି ରକ୍ତହୀନ ହାଇଗେଲା ଓ ମୁଁ ଅସହାୟ ବୋଧ କଲି।

ଦାନିଏଲ 10:12

ତା'ପ ରେ ସେ ମାେତେ କହିଲେ, ' ହେ ଦାନିୟେଲ, ଭୟ କରନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ବରଙ୍କର ସାକ୍ଷାତ ରେ ନିଜକୁ ନମ୍ର କଲ। ସହେି ଦିନଠାରୁ ତୁମ୍ଭର ବାକ୍ଯ ଶୁଣାୟାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି।

ଦାନିଏଲ 10:15

ସେ ମାେତେ ଏହା କହିଲା ପ ରେ ମୁଁ ଭୂମିରେ ମୁହଁ ମାଡି ଅବାକ୍ ହାଇେ ରହିଲି।

ଦାନିଏଲ 10:17

ମୁଁ ଦାନିୟେଲ, ପ୍ରଭୁଙ୍କର ଦାସ। କିପରି ମାରେପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିବି। ମାରେ ଶକ୍ତି ନାହିଁ, ଏପରିକି ମୁଁ ନିଶ୍ବାସ ନଇେ ପାରୁନାହିଁ।'

ହବକକୂକ 3:16

ମୁଁ ଯେତବେେଳେ ଏହି କଥା ଶୁଣିଲି ମାରେ ସମସ୍ତ ଶରୀର ଥରି ଉଠିଲା। ସହେି ଶଦ୍ଦ ରେ ମାେ ଓଷ୍ଠ ରେ କମ୍ପନ ହେଲା। ମାରେ ଅସ୍ଥିମଜ୍ଜା ରେ ମୁଁ ଦୁର୍ବଳ ହାଇେ ପଡିଲି। ମୁଁ ସହେି କମ୍ପନ ଅବସ୍ଥା ରେ ଥରିବାକୁ ଲାଗିଲି। ଯେତବେେଳେ ସମାନେେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସହେି ଆକ୍ରମଣ ଓ ଧ୍ବଂସର ଦିନଗୁଡିକ ଆସିବା ପାଇଁ ର୍ଧୈୟ୍ଯ ଧରି ଅପେକ୍ଷା କରିବି।

ମାଥିଉଲିଖିତ ସୁସମାଚାର 17:2

ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ମାଥିଉଲିଖିତ ସୁସମାଚାର 28:4

କବଲକୁ ଜଗି ରହିଥିବା ସୈନ୍ଯମାନେ ସ୍ବର୍ଗଦୂତଙ୍କୁ ଦେଖି ଡ଼ରିଗଲେ। ସମାନେେ ଭୟ ରେ ଥରିବାକୁ ଲାଗିଲେ। ସମାନେେ ମୃତ ପ୍ରାୟ ହାଇଗେଲେ।

ମାର୍କଲିଖିତ ସୁସମାଚାର 16:5

ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

ଲୂକଲିଖିତ ସୁସମାଚାର 24:37

ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।

ଯୋହନଲିଖିତ ସୁସମାଚାର 13:23

ଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।

ଯୋହନଲିଖିତ ସୁସମାଚାର 21:20

ପିତର ବୁଲି ପଡି ଦେଖିଲେ ଯେ ଯେଉଁ ଶିଷ୍ଯଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସେ ସମାନଙ୍କେ ଅନୁଗମନ କରୁଛନ୍ତି। ( ସହେି ରାତ୍ରି ଭୋଜନ ବେଳେ, ସହେି ଶିଷ୍ଯ ଯୀଶୁଙ୍କ ଶରୀର ରେ ଆଉଜି ପଡି, ପ୍ରଚାରି ଥିଲେ, ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧ ରେ ୟିବ?)

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:8

ପ୍ରଭୁ ପରମେଶ୍ବର କହନ୍ତି, ମୁଁ ଆରମ୍ଭ ଓ ଶଷେ (ଆଲ୍ଫା ଓ ଓମଗୋ) ମୁଁ ବର୍ତ୍ତମାନ ଅଛି, ଅତୀତ ରେ ଥିଲି ଓ ଭବିଷ୍ଯତ୍ ରେ ମଧ୍ଯ ରହିଥିବି। ମୁଁ ସର୍ବଶକ୍ତିମାନ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:11

ସହେି ସ୍ବର ମାେତେ କହିଲା, ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତାଟେି ମଣ୍ଡଳୀ ଏଫିସ, ସ୍ମର୍ଣ୍ଣା, ପର୍ଗମ, ଥିୟତୀର ସାର୍ଦ୍ଦୀ, ଫିଲାଦଲଫେିଆ ଓ ଲାଓଦିକିଆକୁ ପଠାଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:8

ସୁ୍ମର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:13

ଆମ୍ଭେ ପ୍ରଥମ ଓ ଶଷେ ; କ ଓ କ୍ଷ, ଆଦି ଓ ଅନ୍ତ।

Interlinear

Choose Theme