Cross references
ସେତବେେଳେ ସମାନେେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସମାନେେ ତାଙ୍କୁ ରାଜାକରି ଅଭିଷକେ କଲେ। ଆଉ କରତାଳି ଦଇେ କହିଲେ, ରାଜା ଚିରଜୀବି ହୁଅନ୍ତୁ।
ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
ଚାରଣଭୂମି ସବୁ ମଷେପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ଯରେ ଆଚ୍ଛନ୍ନ ହୁଅନ୍ତି। ପ୍ରେତ୍ୟକକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜଯଧ୍ବନି କରନ୍ତି।
ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ୍। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।
ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।