ଗୀତସଂହିତା 98:7 · ଓଡ଼ିଆ ବାଇବେଲ
ବଂଶୀ ବଜାଅ ଓ ଶିଙ୍ଗା ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ବନି କର।
Cross references
ଗୀତସଂହିତା 24:1
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ଗୀତସଂହିତା 96:11
ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜ୍ଜନ କରୁ।
ଯିଶାଇୟ 49:13
ହେ ସ୍ବର୍ଗମଣ୍ଡଳ, ଗାନ କର ; ହେ ପୃଥିବୀ, ଉଲ୍ଲସିତ ହୁଅ ; ହେ ପର୍ବତଗଣ, ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କର ; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ବନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।
ଯିଶାଇୟ 61:11
କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନ ରେ ବୁଣା ୟାଇଥିବା ମଞ୍ଜି ଯେପରି ଅଙ୍କୁରିତ ହାଇେ ବଢ଼େ, ସହେିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧିଅରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।