Home Bibles ଗୀତସଂହିତା 96 · ଓଡ଼ିଆ ବାଇବେଲ ||

ଗୀତସଂହିତା

Chapter 96

ଓଡ଼ିଆ ବାଇବେଲ
1ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର। 2ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନକରି ତାହାଙ୍କ ନାମର ଧନ୍ଯବାଦ କର। ତାଙ୍କର ଶକ୍ତି ପରିତ୍ରାଣ ବିଷଯରେ, ପ୍ରତିଦିନ ସୁ-ସମାଚାର ଶୁଣାଅ। 3ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ। 4ସଦାପ୍ରଭୁ ମହାନ୍ ଓ ଅତ୍ଯନ୍ତ ପ୍ରଶଂସନୀଯ। ସେ ସମସ୍ତ ଦବଗେଣଙ୍କ ଅପେକ୍ଷା ଭୟର ୟୋଗ୍ଯ। 5ଅନ୍ୟ ସମସ୍ତ ଗୋଷ୍ଠୀଯମାନଙ୍କର ଦବଗେଣ କବଳେ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା। 6ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ। 7ହେ ନାନାଦେଶୀଯ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର। 8ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ୟଥୋଚିତ ଗୌରବ ଗାନ କର, ୟାହା ସେ ପାଇବା ୟୋଗ୍ଯ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନବୈେଦ୍ଯ ନଇେ ଆସ। 9ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି। 10ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ। 11ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜ୍ଜନ କରୁ। 12ବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ। 13ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।

Choose Theme