Home Bibles ଗୀତସଂହିତା 96:1 · ଓଡ଼ିଆ ବାଇବେଲ
ଗୀତସଂହିତା 96:1 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର।

Cross references

ପ୍ରଥମ ବଂଶାବଳୀ 16:23

ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାଯନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।

ଗୀତସଂହିତା 33:3

ତାଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଶୁଣାଅ। ସୁନ୍ଦର ସ୍ବରରେ ମନୋହର ବାଦ୍ଯରେ ଏକ ଗୀତ ରଚନା କର।

ଗୀତସଂହିତା 66:4

ସମୁଦାଯ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାଯ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରେତ୍ୟକକ ବ୍ଯକ୍ତି ଗୀତ ଦ୍ବାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।

ଗୀତସଂହିତା 67:3

ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।

ଗୀତସଂହିତା 68:32

ହେ ଧରଣୀର ରାଜ୍ଯଗୁଡ଼ିକ, ପରମେଶ୍ବରଙ୍କ ପାଇଁ ଗୀତ ଗାନ କର। ଆମ୍ଭର ପ୍ରଭୁଙ୍କୁ ପ୍ରଶଂସାଗାନ କର।

ଗୀତସଂହିତା 98:1

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

ଗୀତସଂହିତା 149:1

ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।

ରୋମୀୟଙ୍କ ପ୍ରତି ପତ୍ର 15:11

ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9

ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:3

ଏହି ଲୋକମାନେ ସିଂହାସନ ସମ୍ମୁଖ ରେ ଚାରିଜଣ ଜୀବନ୍ତ ପଶୁଙ୍କ ସମ୍ମୁଖ ରେ ଓ ପ୍ରାଚୀନମାନଙ୍କ ସମ୍ମୁଖ ରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କବଳେ 1,44,000 ଜଣ ଲୋକମାନଙ୍କ ଛଡ଼ା କହେି ହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

Interlinear

Choose Theme