Home Bibles ଗୀତସଂହିତା 139:17 · ଓଡ଼ିଆ ବାଇବେଲ
ଗୀତସଂହିତା 139:17 · ଓଡ଼ିଆ ବାଇବେଲ

ପରମେଶ୍ବର, ତୁମ୍ଭର ଚିନ୍ତାଧାରା ମାେ ପାଇଁ ବୁଝିବା କଷ୍ଟକର ଅଟେ। ତହିଁରେ ସଗେୁଡ଼ିକ ଗଣନା କରାୟାଇ ପାରିବ ନାହିଁ।

Cross references

ଆଦି ପୁସ୍ତକ 24:63

ପୁଣି ସଂନ୍ଧ୍ଯା ସମୟରେ ଧ୍ଯାନ କରିବାକୁ କ୍ଷେତ୍ରକୁ ୟାଇଥିଲେ। ଇସ୍ହାକ ଉପରକୁ ଚାହିଁଲା ଦେଖିଲା ଦୂରରୁ ଓଟମାନେ ଆସୁଛନ୍ତି।

ଗୀତସଂହିତା 31:19

ପରମେଶ୍ବର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ୟ୍ଯ କର। ସହେି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।

ଗୀତସଂହିତା 36:7

ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।

ଗୀତସଂହିତା 40:5

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।

ଗୀତସଂହିତା 40:6

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ଯ ନବୈେଦ୍ଯରେ ସନ୍ତାଷେ ନାହିଁ, ତୁମ୍ଭେ ପ୍ରକୃତରେ ହାମବେଳି ଓ ପାପାର୍ଥକ ବଳି ଚାହଁ ନାହିଁ।

ଗୀତସଂହିତା 92:5

ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଚାରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।

ହିତୋପଦେଶ 8:31

ସେ ସୃଷ୍ଟି କରିଥିବା ପୃଥିବୀ ରେ ମୁଁ ଉପଭୋଗ କଲି। ମାରେ ଆନନ୍ଦ ଲୋକମାନଙ୍କ ସହିତ ଥିଲା।

ଯିଶାଇୟ 55:8

ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।

ଯିରିମିୟ 29:11

ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।

ଏଫିସୀୟଙ୍କ ପ୍ରତି ପତ୍ର 3:9

ପରମେଶ୍ବରଙ୍କ ଗୁପ୍ତ ସତ୍ଯକୁ ସମସ୍ତଙ୍କୁ କହିବା ଦାଯିତ୍ବ ପରମେଶ୍ବର ମାେତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ଯ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଭିତ ରେ ଗୁପ୍ତ ରହିଥିଲା।

Interlinear

Choose Theme