Home Bibles ହିତୋପଦେଶ 18:15 · ଓଡ଼ିଆ ବାଇବେଲ
ହିତୋପଦେଶ 18:15 · ଓଡ଼ିଆ ବାଇବେଲ

ବୁଦ୍ଧିମାନ୍ର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।

Cross references

ପ୍ରଥମ ରାଜାବଳୀ 3:9

ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?

ଆୟୁବ ପୁସ୍ତକ 8:10

ସହେି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦବେେ। ସମାନେେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦବେେ।

ଗୀତସଂହିତା 119:97

ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।

ହିତୋପଦେଶ 1:5

ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।

ହିତୋପଦେଶ 4:5

ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।

ହିତୋପଦେଶ 4:7

ଜ୍ଞାନ ହେଉଛି ସର୍ବଶ୍ ରେଷ୍ଠ ବିଷଯ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧିଅରେ ସୁବିବଚେନା ଲାଭ କର।

ହିତୋପଦେଶ 9:9

ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ।

ହିତୋପଦେଶ 10:14

ଜ୍ଞାନୀମାନେ ଜ୍ଞାନ ସଞ୍ଚଯ କରନ୍ତି। କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।

ହିତୋପଦେଶ 15:14

ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।

ହିତୋପଦେଶ 23:23

ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।

ଲୂକଲିଖିତ ସୁସମାଚାର 8:8

ଅନ୍ୟ ବୀଜତକ ଭଲ ମାଟି ରେ ପଡିଲା। ତାହା ଗଛ ହାଇେ ବଢିଲା। ଏଥିରୁ ଶ ହେ ଗୁଣ ଅଧିକ ଶସ୍ଯ ମିଳିଲା।

ଲୂକଲିଖିତ ସୁସମାଚାର 10:39

ମାର୍ଥାର ମରିୟମ ନାମ ରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖ ରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:15

ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।

ଯାକୁବଙ୍କ ପତ୍ 1:5

କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।

Interlinear

Choose Theme