ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
Cross references
ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
ଏହାପରେ ସଦାପ୍ରଭୁ ଉତ୍ତର ଦେଲେ, ମୁଁ ତୁମ୍ଭ ସମ୍ମୁଖ ରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖ ରେ ସଦାପ୍ରଭୁଙ୍କର ନାମ ଘାଷେଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବିଓ ଯାହାକୁ ଦୟାକରେ ତାହାକୁ ଦୟା କରିବି।
ହେ ସଦାପ୍ରଭୁ, ତୁମ୍ଭେ ମାେତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ। ମୁଁ ବର୍ତ୍ତମାନ ବହୁତ ଖୁସି। ଫସଲ ଅମଳ ସମୟଠାରୁ। ଯେତବେେଳେ ଆମ୍ଭେ ଶସ୍ଯ ଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ ସେତବେେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।
ଆପଣା ସବେକକୁ ଦୟାକର ଓ ଆପଣା ସ୍ନହପେୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମାରେ ଜୀବନ ରକ୍ଷା କର।
ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
ତୁମ୍ଭେ ମାେ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମାେତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମାେତେ ରକ୍ଷା କର।
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।
ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକା ରେ ଦେଖ। ତୁମ୍ଭର ନିଜର ଖ୍ଯାତି ପାଇଁ ଏହା କର।
ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହବେେ। ଏହା ତୁମ୍ଭର ଭୂଲ୍ ଯୋଗୁଁ ହାଇେଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ଯରୁ କାହାକୁ ଗ୍ରହଣ କରିବେ? ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।
ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।