Home Bibles ମାଥିଉଲିଖିତ ସୁସମାଚାର 15:22 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 15:22 · ଓଡ଼ିଆ ବାଇବେଲ

ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।

Cross references

ଗୀତସଂହିତା 4:1

ହେ ମାରେ ଧର୍ମସ୍ବରୂପ ପରମେଶ୍ବର, ମାେତେ ଉତ୍ତର ଦିଅ। ମୁଁ ଯେତବେେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମାରେ ଗୁହାରି ଶୁଣ। ମାେ ପ୍ରତି ସଦଯ ହୁଅ। ମାେତେ ମାରେ ସମସ୍ତ ଦୁଃଖ ୟନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।

ଗୀତସଂହିତା 6:2

ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।

ଗୀତସଂହିତା 45:12

ସୋର ଦେଶର ଧନଶାଳୀ ବ୍ଯକ୍ତିମାନେ ତୁମ୍ଭକୁ ଉପହାର ଦବୋକୁ ଉପସ୍ଥିତ ହବେେ। ସମାନେେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

ଯିହିଜିକଲ 3:6

ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭମାନେେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସପରେି ଲୋକମାନଙ୍କ ପାଖକୁ ପଠାଇଥାନ୍ତୁ, ସମାନେେ ତୁମ୍ଭ କଥା ଶୁଣିଥାନ୍ତେ।

ମାଥିଉଲିଖିତ ସୁସମାଚାର 1:1

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ମାଥିଉଲିଖିତ ସୁସମାଚାର 3:8

ତୁମ୍ଭକୁ ନିଜର କାର୍ୟ୍ଯ ଦ୍ବାରା ପ୍ରକାଶ କରିବାକୁ ହବେ ଯେ, ତୁମ୍ଭେ ବାସ୍ତବ ରେ ମନପରିର୍ତ୍ତନ କରିଛ।

ମାଥିଉଲିଖିତ ସୁସମାଚାର 4:24

ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 9:27

ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ, ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର।

ମାଥିଉଲିଖିତ ସୁସମାଚାର 17:15

ସେ କହିଲା, ପ୍ରଭୁ, ମାରେ ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗ ରେ ବଡ଼ କଷ୍ଟ ପାଉଛି। ଅନକେ ସମୟରେ ସେ ନିଆଁ ରେ କିମ୍ବା ପାଣି ରେ ପଡ଼ି ଯାଉଛି।

ମାଥିଉଲିଖିତ ସୁସମାଚାର 20:30

ରାସ୍ତା ପାଖ ରେ ଦୁଇଜଣ ଅନ୍ଧ ବସିଥିଲେ। ସମାନେେ ଶୁଣିଲେ ଯେ ଯୀଶୁ ସେ ବାଟ ଦଇେ ଯାଉଛନ୍ତି। ସମାନେେ ପାଟି କଲେ, ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।

ମାଥିଉଲିଖିତ ସୁସମାଚାର 22:42

ଯୀଶୁ କହିଲେ, ଖ୍ରୀଷ୍ଟଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମନେ କରୁଛ? ସେ କାହାର ପୁଅ?

ମାର୍କଲିଖିତ ସୁସମାଚାର 7:25

ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।

ମାର୍କଲିଖିତ ସୁସମାଚାର 9:17

ଭିଡ ଭିତରୁ ଜଣେ ଲୋକ ଉତ୍ତର ଦଲୋ, ହେ ଗୁରୁ, ମୁଁ ମାେ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦହେ ରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉନାହିଁ।

ଲୂକଲିଖିତ ସୁସମାଚାର 6:18

ସମାନେେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହବୋକୁ ସଠାେକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ୟୋଗୁ କଷ୍ଟ ପାଉଥିଲେ, ସମାନେେ ସଠାେକୁ ଆସି ସୁସ୍ଥ ହାଇଗେଲେ।

ଲୂକଲିଖିତ ସୁସମାଚାର 17:13

କିନ୍ତୁ ସମାନେେ ଯୀଶୁଙ୍କୁ ପାଟି କରି ଡାକିଲେ, ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାୟ୍ଯ କର।

ଲୂକଲିଖିତ ସୁସମାଚାର 18:13

କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।

ଲୂକଲିଖିତ ସୁସମାଚାର 18:38

ଅନ୍ଧଟି ଉତ୍ତଜେିତ ହାଇେ ପଡିଲା ଓ କହିଲା, ଦାଉଦଙ୍କପୁତ୍ର ଯୀଶୁ ଦୟାକରି ମାେତେ ସାହାୟ୍ଯ କର।

ଯୋହନଲିଖିତ ସୁସମାଚାର 7:41

ଅନ୍ୟମାନେ କହିଲେ, ସେ ଖ୍ରୀଷ୍ଟ।

Interlinear

Choose Theme