ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭମାନେେ ଯେତବେେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତବେେଳେ ବୁଝ ଯେ ' ସହେି ସମୟ' ନିକଟରେ ଆସି ପହଞ୍ଚିଗଲାଣି।
Cross references
ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।
କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଚାହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହବେ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘାଷେଣା କରିବା ଓ ଏହା ଘଟିବ। ଏହା ହିଁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?