ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।
Cross references
ତେଣୁ ଯାଜକ ଯିହାୟୋଦାରଦା ଗୋଟିଏ ସିନ୍ଦୁକ ନଇେ ତା'ର ଢାଙ୍କୁଣି ରେ ଏକ ଛିଦ୍ର କରି ୟଜ୍ଞବଦେୀ ନିକଟରେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ ସ୍ଥାନର ଦକ୍ଷିଣ ପାଶର୍ବ ରେ ରଖିଲା। ପୁଣି ଦ୍ବାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ବାରା ଆଣିଲେ, ସହେି ଦ୍ବାର ନିକଟରେ ରଖିଲେ।
ପ୍ରଧାନ ଯାଜକମାନେ ମନ୍ଦିର ଭିତ ରେ ସହେି ରୂପା ଟଙ୍କାତକ ଗୋଟାଇ ନେଲେ। ସମାନେେ କହିଲେ, ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହବେ। କାରଣ ଏ ଟଙ୍କା ଜଣକର ମୃତ୍ଯୁ ପାଇଁ ଦିଆଯାଇଛି।
ଯୀଶୁ ଦେଖିଲେ ଯେ କେତକେ ଧନୀଲୋକ ମନ୍ଦିରର ଦାନବାକ୍ସ ରେ ପରମେଶ୍ବରଙ୍କ ପାଇଁ ଦାନ ଦେଉଛନ୍ତି।
ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।