Home Bibles ଲେବୀୟ ପୁସ୍ତକ 15:14 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 15:14 · ଓଡ଼ିଆ ବାଇବେଲ

ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।

Cross references

ଲେବୀୟ ପୁସ୍ତକ 1:14

ଯଦି କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ କୌଣସି ପକ୍ଷୀବଳି ଉତ୍ସର୍ଗ କରିବ, ତବେେ ତାହା କପୋତ କିମ୍ବା ପାରା ଶାବକ ହାଇେଥିବ।

ଲେବୀୟ ପୁସ୍ତକ 12:6

ତା'ପରେ ପୁତ୍ର ବା କନ୍ଯା ପ୍ରସବର ଅ େଶୗଚ ଦିନ ପୂର୍ଣ୍ଣ ହେଲ ସେ ବଳିଦାନ ନିମନ୍ତେ ଏକବର୍ଷୀଯ ଏକ ମଷେ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ ତମ୍ବୁର ଦ୍ବାରର ଯାଜକ ନିକଟକୁ ଆମିବ।

ଲେବୀୟ ପୁସ୍ତକ 12:8

ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।

ଲେବୀୟ ପୁସ୍ତକ 14:22

ପୁଣି ସହେି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ଯ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହାମବେଳି ହବେ।

ଲେବୀୟ ପୁସ୍ତକ 14:23

ଆଉ ଅଷ୍ଟମ ଦିନ ରେ ସହେି ଲୋକ ସମସ୍ତ ଦ୍ରବ୍ଯ ଆଣି ସମାଗମ ତମ୍ବୁ ଦ୍ବାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସହେି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖ ରେ ତା'ର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହବେ।

ଲେବୀୟ ପୁସ୍ତକ 15:29

ତା'ପରେ ଅଷ୍ଟମ ଦିନ ରେ ସହେି ସ୍ତ୍ରୀ ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ ତମ୍ବୁର ଦ୍ବାର ନିକଟରେ ଯାଜକକୁ ଅର୍ପଣ କରିବ।

ଗଣନା ପୁସ୍ତକ 6:10

ପୁଣି ଅଷ୍ଟମ ଦିନ ରେ ନାସରୀଯ ଦୁଇଟି କପୋତ କିମ୍ବା ପାରା ସମାଗମ ତମ୍ବୁ ଦ୍ବାର ରେ ଯାଜକ ନିକଟକୁ ଆଣିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:21

ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।

ଏବ୍ରୀ 7:26

ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

ଏବ୍ରୀ 10:10

ପରମେଶ୍ବର ଚାହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ବାରା ତାହାଙ୍କ ଶରୀରର ବଳିଦାନ ହତେୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ୟ୍ଯାପ୍ତ ହେଲା ଭଳି ଥରମାେତ୍ର ସହେି ବଳିଦାନ କଲେ।

ଏବ୍ରୀ 10:12

ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରି ଥିଲେ, ଓ ସହେି ବଳିଦାନ ସବୁଦିନ ପାଇଁ ପର୍ୟ୍ଯାପ୍ତ ଅଟେ।

ଏବ୍ରୀ 10:14

ମାତ୍ର ଗୋଟିଏ ବଳିଦାନ ଦ୍ବାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରି ଦେଲେ। ସହେି ଲୋକମାନଙ୍କୁ ପବିତ୍ର କରାଯାଇଛି।

Interlinear

Choose Theme