ସିଯୋନର ସମସ୍ତ ପଥ ଶାେକରେ ପରିପୂର୍ଣ୍ଣ, କାରଣ କହେି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାଁନ୍ତି। ତାହାର ସମସ୍ତ ଫାଟକ ଶୂନ୍ଯ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନ ରେ ବହୁ ପୀଡ଼ା ପାଇଅଛି।
Cross references
ତୁମ୍ଭମାନଙ୍କ ପ୍ରତିକୂଳ ରେ ମୁଁ ବନ୍ଯପଶୁମାନଙ୍କୁ ପଠାଇବି, ତହିଁରେ ସମାନେେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ କରିବେ, ସମାନେେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ଯକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ଯ ହବେ।
ସିୟୋନ ନଗର ରେ ଦ୍ବାରଦେଶ ଶାେକ ଓ ବିଳାପ ରେ ମୁଖରିତ ହବେ। ୟିରୁଶାଲମ ଚୋରଦ୍ବାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ଯ ହାଇେ ପଡ଼ି ରହିବ। ସେ ଭୂମି ଉପ ରେ ବସି କବଳେ ବିଳାପ କରିବ।
ପୃଥିବୀ ଶୂନ୍ଯ ହବେ ଓ ଦୁଃଖିତ ହବେ। ସେ ମ୍ଲାନ ଓ ନିସ୍ତଜେ ହବେ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହବେେ।
ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭମାନେେ ମାେ କଥା ଶୁଣ। ହେ ବିଶ୍ବସ୍ତା ନାରୀଗଣ, ମାେ ବାକ୍ଯ ରେ କର୍ଣ୍ଣପାତ କର।
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।
ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
ତୁମ୍ଭମାନେେ କହୁଅଛ, 'ଏହି ସ୍ଥାନ ନରଶୂନ୍ଯ ଓ ପଶୁଶୂନ୍ଯ ହାଇେ ଏକ ଧ୍ବଂସିତ ନଗର ହବେ।' ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହବେ।
ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସମାନେେ ବଞ୍ଚିବା ଉଦ୍ଦେଶ୍ଯ ରେ ଖାଦ୍ୟ ପାଇଁ ସମାନଙ୍କେର ମ ନୋହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ ହେ, ହେ ସଦାପ୍ରଭୁ, ଦେଖ, ମାେତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମାେତେ ଘୃଣା କରୁଛନ୍ତି।
ବର୍ତ୍ତମାନ ୟିରୁଶାଲମ କ ହେ, ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। ହେ ଗୋଷ୍ଠୀସକଳ, ମୁଁ ବିନଯ କରୁଛି, ତୁମ୍ଭମାନେେ ଶୁଣ ଓ ମାରେ ଦୁଃଖ ଦେଖ। ମାରେ ୟୁବକ, ୟୁବତୀମାନେ ନିର୍ବାସିତ ଅବସ୍ଥା ପାଇଛନ୍ତି।
ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।
ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।
ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।
ଯିହୁଦାର ୟୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାର ରେ ଝୁଣ୍ଟି ପଡ଼ିଲେ।
ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।
ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା। ସଦାପ୍ରଭୁ ଏହା କହିଲେ।
ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।