ସହେି ସମୟରେ କୌଣସି ବୁଦା ବା ଘାସ ବଢ଼ିନଥିଲା, ସଦାପ୍ରଭୁ ପୃଥିବୀ ରେ ବର୍ଷା କରାଇ ନଥିଲେ। କାରଣ ପୃଥିବୀର ଯତ୍ନ ନବୋପାଇଁ କହେି ନଥିଲେ।
Cross references
ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।
ତେଣୁ ସଦାପ୍ରଭୁ ପରମେଶ୍ବର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରି ଦେଲେ। ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହାଇେଥିଲେ, ତହିଁରେ କୃଷି କର୍ମ କରିବାକୁ ନିୟୁକ୍ତ କଲେ।
ଏହାପରେ ହବା କଯିନର ଭାଇ ଏବଲଙ୍କୁ ଜନ୍ମ କଲେ। ଏବଲ ମଷେପାଳକ ଓ କଯିନ କୃଷକ ହେଲ।
ଅତୀତ ରେ ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦଇେ ଆଉ ତୁମ୍ଭର ସବୋ କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବୁଲୁଥିବ, ପୃଥିବୀ ରେ ତୁମ୍ଭର ଗୃହ ରହିବ ନାହିଁ।
ପରମେଶ୍ବର ପୃଥିବୀ ରେ ବର୍ଷ କରାନ୍ତି ଓ ଶସ୍ଯ କ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
କିଏ ବର୍ଷା ତିଆରି କରନ୍ତି ଏପରି ଜାଗା ରେ ଯେଉଁଠା ରେ କହେି ମନୁଷ୍ଯ ରହନ୍ତି ନାହିଁ।
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ଯର ସବୋ ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସମାନେେ ପୃଥିବୀରୁ ଖାଦ୍ୟ ପାଆନ୍ତି।
ପରମେଶ୍ବର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହିତ କରାନ୍ତି।
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।
ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।
ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ଯ ଉତ୍ପନ୍ନ କରିବା ନିମନ୍ତେ ସହେି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସହେି କ୍ଷେତ୍ର ଲୋକମାନଙ୍କ ପାଇଁ ଉପ ଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ବରଙ୍କର ଆଶୀର୍ବାଦ ପାଏ।