Home Bibles ଆଦି ପୁସ୍ତକ 2:4 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 2:4 · ଓଡ଼ିଆ ବାଇବେଲ

ଏହା ହେଲା ପୃଥିବୀ ଓ ଆକାଶର ଇତିହାସ। ଯେଉଁ ସମୟରେ ପରମେଶ୍ବର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସହେି ସମୟର ଇତିହାସ।

Cross references

ଆଦି ପୁସ୍ତକ 1:1

ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

ଆଦି ପୁସ୍ତକ 1:4

ପରମେଶ୍ବର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହାପ ରେ ପରମେଶ୍ବର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।

ଆଦି ପୁସ୍ତକ 1:28

ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।

ଆଦି ପୁସ୍ତକ 1:31

ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

ଆଦି ପୁସ୍ତକ 5:1

ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।

ଆଦି ପୁସ୍ତକ 10:1

ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ।

ଆଦି ପୁସ୍ତକ 11:10

ଏହା ହେଉଛି ଶମେ ପରିବାରର ବିବରଣୀ, ଯେ ତବେଳେ ଶମେକୁ ଏକଶହ ବର୍ଷ ହାଇେଥିଲା ଏବଂ ବନ୍ଯାର ଦୁଇବର୍ଷ ପରେ ସେ ଅର୍ଫକଷଦର ପିତା ହେଲ।

ଆଦି ପୁସ୍ତକ 25:12

ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।

ଆଦି ପୁସ୍ତକ 25:19

ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ।

ଆଦି ପୁସ୍ତକ 36:1

ଏହା ଏଷୌଙ୍କ ପରିବାରର ଇତିହାସ ତାଙ୍କର ଅନ୍ୟ ନାମ (ଇଦୋମ)।

ଆଦି ପୁସ୍ତକ 36:9

ସଯେୀର ପର୍ବତସ୍ଥ ଇଦୋମୀଯମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।

ଯାତ୍ରା ପୁସ୍ତକ 6:16

ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

ଯାତ୍ରା ପୁସ୍ତକ 15:3

ସଦାପ୍ରଭୁ ୟୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।

ପ୍ରଥମ ରାଜାବଳୀ 18:39

ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, ସଦାପ୍ରଭୁ ହିଁ ପରମେଶ୍ବର, ସଦାପ୍ରଭୁ ହିଁ ପରମେଶ୍ବର।

ଆୟୁବ ପୁସ୍ତକ 38:28

ବର୍ଷାର କ'ଣ ପିତା ଅଛି ? କିଏ କାକର ବୁନ୍ଦା ତିଆରି କରେ।

ଗୀତସଂହିତା 18:31

ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ।

ଗୀତସଂହିତା 86:10

ତୁମ୍ଭେ ମହାନ୍ ଓ ଆଶ୍ଚର୍ୟ୍ଯ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ବର ଅଟ।

ଗୀତସଂହିତା 90:1

ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।

ଯିଶାଇୟ 44:6

ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:4

ଏସିଆ ପ୍ରଦେଶର ସାତାଟେି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି : ଯେଉଁ ଈଶ୍ବର ଅତୀତ ରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ଯତ୍ ରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖ ରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:8

ପ୍ରଭୁ ପରମେଶ୍ବର କହନ୍ତି, ମୁଁ ଆରମ୍ଭ ଓ ଶଷେ (ଆଲ୍ଫା ଓ ଓମଗୋ) ମୁଁ ବର୍ତ୍ତମାନ ଅଛି, ଅତୀତ ରେ ଥିଲି ଓ ଭବିଷ୍ଯତ୍ ରେ ମଧ୍ଯ ରହିଥିବି। ମୁଁ ସର୍ବଶକ୍ତିମାନ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:17

ସହେି ପ୍ରାଚୀନମାନେ କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:5

ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି :

Interlinear

Choose Theme