Home Bibles ଆଦି ପୁସ୍ତକ 1:9 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 1:9 · ଓଡ଼ିଆ ବାଇବେଲ

ଏହାପରେ ପରମେଶ୍ବର କହିଲେ, ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନ ରେ ସଂଗୃହିତ ହେଉ। ୟଦ୍ବାରା ଭୂମି ଶୁଖିଲା ଦଖାୟିବେ। ଏବଂ ଏହିପରି ହେଲା।

Cross references

ନିହିମିୟା 9:6

ତୁମ୍ଭେ ହିଁ ପରମେଶ୍ବର ଅଟ। ହେ ସଦାପ୍ରଭୁ, କବଳେ ତୁମ୍ଭେ ହିଁ ପରମେଶ୍ବର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ବର୍ଗ ସୃଷ୍ଟି କରିଅଛ। ଏବଂ ସ୍ବର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧିଅରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରେତ୍ୟକକର ଜୀବନଦାତା। ସ୍ବର୍ଗୀଯ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।

ଆୟୁବ ପୁସ୍ତକ 26:7

ପରମେଶ୍ବର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ଯ ସ୍ଥାନ ରେ ପରମେଶ୍ବର ପୃଥିବୀକୁ ଶୂନ୍ଯ ରେ ଟଙ୍ଗାଇ ରଖନ୍ତି।

ଆୟୁବ ପୁସ୍ତକ 26:10

ପରମେଶ୍ବର ସମୁଦ୍ର ରେ ଆକାଶ ଓ ପୃଥିବୀ ମଧିଅରେ ଦିଗବଳଯ ସୃଷ୍ଟି କରନ୍ତି। ଯେଉଁଠା ରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।

ଆୟୁବ ପୁସ୍ତକ 38:8

ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?

ଗୀତସଂହିତା 24:1

ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।

ଗୀତସଂହିତା 24:2

ସଦାପ୍ରଭୁ, ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

ଗୀତସଂହିତା 33:7

ପରମେଶ୍ବର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରୀତ କଲେ। ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।

ଗୀତସଂହିତା 95:5

ସକଳ ସମୁଦ୍ର ତାଙ୍କର, ସେ ସଗେୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ଯ ପରମେଶ୍ବର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।

ଗୀତସଂହିତା 104:3

ପରମେଶ୍ବର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଛ। ତୁମ୍ଭେ ବାଯୁ ରୂପକ ପକ୍ଷ ଦ୍ବାରା ଆକାଶରେ ଗମନାଗମନ କରୁଛ।

ଗୀତସଂହିତା 104:5

ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।

ଗୀତସଂହିତା 136:5

ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ହିତୋପଦେଶ 8:28

ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।

ହିତୋପଦେଶ 8:29

ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।

ଉପଦେଶକ 1:7

ନଦୀ ସବୁ ସମୁଦ୍ରକୁ ବହିୟାନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।

ଯିରିମିୟ 5:22

ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।

ଯୂନସ 1:9

ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ୟିଏକି ସ୍ବର୍ଗର ପରମେଶ୍ବର। ସହେି ହେଉଛନ୍ତି ପରମେଶ୍ବର ୟିଏକି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।

ପିତରଙ୍କ ଦିତୀୟ ପତ୍ର 3:5

ସୁଦୂର ଅତୀତ ରେ କ'ଣ ଘଟିଥିଲା, ସମାନେେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କଲେ। ପରମେଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ ହେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:6

ଯେ ନିତ୍ଯଜୀବିତ, ଯେ ଆକାଶ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମ ରେ ସହେି ସ୍ବର୍ଗଦୂତ ଶପଥକରି କହିଲେ, ଆଉ ଅଧିକ ବିଳମ୍ବ ହବେ ନାହିଁ।

Interlinear

Choose Theme