Home Bibles ଯିହିଜିକଲ 21:2 · ଓଡ଼ିଆ ବାଇବେଲ
ଯିହିଜିକଲ 21:2 · ଓଡ଼ିଆ ବାଇବେଲ

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ୟିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧ ରେ ନିଜର ବାକ୍ଯ ବର୍ଷଣ କର ଓ ଇଶ୍ରାୟେଲ ଦେଶ ବିପକ୍ଷ ରେ ଭବିଷ୍ଯଦବାଣୀ ପ୍ରଚାର କର।

Cross references

ଦିତୀୟ ବିବରଣ 32:2

ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।

ଯିଶାଇୟ 37:24

ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

ଯିରିମିୟ 26:11

ତା'ପ ରେ ଯାଜକମାନେ ଓ ଭବିଷ୍ଯଦବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ; କାରଣ ସେ ଏହି ନଗର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛି, ଏହା ତୁମ୍ଭମାନେେ ସ୍ବକର୍ଣ୍ଣ ରେ ଶୁଣିଅଛ।

ଯିହିଜିକଲ 4:3

ଏବଂ ଗୋଟିଏ ଲୁହାର କରଇେ ନିଅ ଏବଂ ତୁମ୍ଭ ଓ ନଗରର ନକ୍ସା ମଧିଅରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହବେ। ଏହା ଇଶ୍ରାୟେଲୀୟମାନଙ୍କର ଏକ ଚିହ୍ନ ହବେ।

ଯିହିଜିକଲ 4:7

ପରମେଶ୍ବର ପୁନର୍ବାର କହିଲେ, ବର୍ତ୍ତମାନ ୟିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତ ରେ ଏହା ବିରୁଦ୍ଧ ରେ ଭବିଷ୍ଯଦବାଣୀ କର।

ଯିହିଜିକଲ 6:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସମାନଙ୍କେ ପ୍ରତି ଭବିଷ୍ଯଦବାଣୀ ପ୍ରଚାର କର।

ଯିହିଜିକଲ 11:4

ତେଣୁ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।

ଯିହିଜିକଲ 20:46

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ଯ ବର୍ଷଣ କର। ଏବଂ ନଗେଭରେ ଅରଣ୍ଯ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର।

ଯିହିଜିକଲ 24:9

ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ' ସହେି ରକ୍ତପୂର୍ଣ୍ଣ ନଗରୀ ସହିତ ଏହା ଖରାପ ହବୋକୁ ଯାଉଛି। ମୁଁ ନିଆଁ ପାଇଁ ପ୍ରଚୁର କାଠ ସଜାଇବି।

ଯିହିଜିକଲ 25:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଅମ୍ ନୋନ ଲୋକମାନଙ୍କ ଆଡ଼େ ଚାହଁ ଏବଂ ସମାନଙ୍କେ ବିରୁଦ୍ଧ ରେ ଭବଷ୍ଯଦବାକ୍ଯ ପ୍ରଚାର କର।

ଯିହିଜିକଲ 28:21

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।

ଯିହିଜିକଲ 29:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋଙ୍କ ଆଡ଼କୁ ମୁହଁ ବୁଲାଅ, ତାଙ୍କ ବିରୁଦ୍ଧ ରେ ଓ ସମୁଦାଯ ମିଶର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।

ଯିହିଜିକଲ 36:1

ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ପର୍ବତଗଣ ପାଇଁ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ସମାନଙ୍କେୁ କୁହ : ହେ ଇଶ୍ରାୟେଲ ପର୍ବତଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିହିଜିକଲ 38:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ମାଗଗେ ଦେଶୀଯ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,

ଆମୋଷ 7:16

ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମାେତେ କହୁଛ, 'ଇଶ୍ରାୟେଲ ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରନାହିଁ। ଇସ୍ହାକ ପରିବାର ବିରୁଦ୍ଧ ରେ ମଧ୍ଯ ପ୍ରଗ୍ଭର କରନାହିଁ।'

ମୀଖା 2:6

ଲୋକେ କୁହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ ସେ ଅମଙ୍ଗଳ ବାକ୍ଯ କୁହ ନାହିଁ। ଆମ୍ଭମାନଙ୍କର କୌଣସି ଅମଙ୍ଗଳ ଘଟିବ ନାହିଁ।

ମୀଖା 2:11

ଯଦି କିଏ ଜଣେ ମିଥ୍ଯା ପ୍ରଚାର କରେ ତବେେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କ ହେ, ଭବିଷ୍ଯତ ରେ ପ୍ରଚୁର ଦ୍ରାକ୍ଷାରସ ଓ କଡା ସୁରା ମିଳିବ ତବେେ ଏହି ଲୋକମାନେ ମିଥ୍ଯା ଭବିଷ୍ଯତ ବାଣୀକୁ ଗ୍ରହଣ କରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:13

ସମାନେେ କେତେ ଜଣ ମିଥ୍ଯା ସାକ୍ଷୀଙ୍କୁ ଆଣିଲେ। ସମାନେେ କହିଲେ, ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ ରେ କୁ ହେ।

ଏଫିସୀୟଙ୍କ ପ୍ରତି ପତ୍ର 6:19

ମାେ ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହାଇେ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା ରେ, ସେଥିନିମନ୍ତେ ପରମେଶ୍ବର ମାେତେ ତାହାଙ୍କର ବାକ୍ଯ ପ୍ରଦାନ କଲେ।

Interlinear

Choose Theme