Home Bibles ଯିହିଜିକଲ 1:27 · ଓଡ଼ିଆ ବାଇବେଲ
ଯିହିଜିକଲ 1:27 · ଓଡ଼ିଆ ବାଇବେଲ

ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ଯ ଉଜ୍ବଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମଯ ଥିବାର ଦେଖିଲି।

Cross references

ଯାତ୍ରା ପୁସ୍ତକ 24:17

ସଠାେରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦଖାଗେଲା। ଇଶ୍ରାୟେଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦଖାଗେଲା।

ଦିତୀୟ ବିବରଣ 4:24

କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଜଣେ ଇର୍ଷାପରାଯଣ ପରମେଶ୍ବର ଏବଂ ସେ ଅଗ୍ନି ସ୍ବରୂପ ଧ୍ବଂସ କରନ୍ତି, ଯେଉଁମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି।

ପ୍ରଥମ ବଂଶାବଳୀ 16:27

ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି।

ଗୀତସଂହିତା 50:3

ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।

ଗୀତସଂହିତା 97:2

ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।

ଯିହିଜିକଲ 1:4

ତାପ ରେ ଉତ୍ତର ଦିଗରୁ ଘୂର୍ଣ୍ଣିବାଯୁ ବୃହତ୍ ମେଘ ଓ ଜାଜ୍ବଲ୍ଯମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ ତଜେ ବାହାରୁଥିଲା ଓ ଏହାର ମଧ୍ଯଭାଗ ଏକ ଜ୍ବଳନ୍ତ ଧାତୁ ସଦୃଶ ଦଖାେ ଯାଉଥିଲା।

ଯିହିଜିକଲ 8:2

ଏବଂ ସେତବେେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ଯ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟୀଦେଶରୁ ତଳ ପର୍ୟ୍ଯନ୍ତ ଅଗ୍ନିମଯ ଥିଲା ଓ କଟୀଠାରୁ ଉପର ପର୍ୟ୍ଯନ୍ତ ଉତ୍ତପ୍ତ ଧାତୁ ତୁଲ୍ଯ ଜ୍ଯୋତିର୍ମଯ ଥିଲା।

ହବକକୂକ 3:4

ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ବଳ ଆଲୋକ ପ୍ରଦାନ କରେ। ତାଙ୍କର ଶକ୍ତି ସଠାେ ରେ ଲୁଚିଅଛି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8

ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।

ଏବ୍ରୀ 12:29

କାରଣ ଆମ୍ଭ ପରମେଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:14

ତାହାଙ୍କ ମୁଣ୍ଡ ଓ ବାଳ ଶୁଭ୍ର ପଶମ ଓ ହିମ ପରି ଶୁଭ୍ର ଥିଲା। ତାହାଙ୍କ ଆଖି ଅଗ୍ନିଶିଖା ପରି ଦଖାଯାେଉଥିଲା।

Interlinear

Choose Theme