Home Bibles ଯିହିଜିକଲ 1:26 · ଓଡ଼ିଆ ବାଇବେଲ
ଯିହିଜିକଲ 1:26 · ଓଡ଼ିଆ ବାଇବେଲ

ଏବଂ ଆସ୍ତରଣ ଉପରକୁ ସମାନଙ୍କେର ମସ୍ତକ ଚତୁଃପାଶର୍‌ବ ରେ ନୀଳକାନ୍ତମଣି ରେ ନିର୍ମିତ ହାଇେଥିବା ଏକ ସିଂହାସନ ଥିଲା, ଆଉ ସହେି ସିଂହାସନର ଆକୃତି ଉପ ରେ ମନୁଷ୍ଯ ସଦୃଶ ଏକ ଆକୃତି ଥିଲା।

Cross references

ଆଦି ପୁସ୍ତକ 32:24

ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।

ଯାତ୍ରା ପୁସ୍ତକ 24:10

ଏବଂ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜଳ ନୀଳକାନ୍ତମଣି ନିର୍ମିତ କାର୍ୟ୍ଯ ତୁଲ୍ଯ ଓ ନିର୍ମଳତା ରେ ଠିକ୍ ନୀଳ ଆକାଶ ପରି ଥିଲା।

ଯିହୋଶୂୟ 5:13

ଯେତବେେଳେ ଯିହାଶୂେୟ ଯିରୀହାେ ନିକଟରେ ଛିଡା ହାଇେଥିଲେ, ତାଙ୍କ ସମ୍ମକ୍ସ୍ଟଖ ରେ ଏକ ଲୋକ ଛିଡା ହାଇେଥିଲା। ସେ ଲକ୍ଷ୍ଯ କଲେ ଲୋକଟି ତା'ହାତ ରେ ଏକ ଖଣ୍ତା ଟାଣି ବାହାର କଲା। ଯିହାଶୂେୟ ତା'ର ନିକଟକକ୍ସ୍ଟ ଗଲେ ଓ ପଚାରିଲେ, ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧକ୍ସ୍ଟ ନା ଶତୃ?

ଗୀତସଂହିତା 45:6

ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ବିରାଜମାନ କରିବ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।

ଯିଶାଇୟ 6:1

ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।

ଯିଶାଇୟ 9:6

ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଯିଶାଇୟ 54:11

ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।

ଯିରିମିୟ 23:5

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଯିହିଜିକଲ 1:22

ପୁଣି ସହେି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ଫଟିକ ତୁଲ୍ଯ ଉଜ୍ବଳ ଓ ସ୍ବଚ୍ଛ ଥିଲା। ଏହା ସମାନଙ୍କେ ମସ୍ତକର ଚତୁଃପାଶର୍‌ବ ରେ ବିସ୍ତାରିତ ଥିଲା।

ଯିହିଜିକଲ 8:2

ଏବଂ ସେତବେେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ଯ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟୀଦେଶରୁ ତଳ ପର୍ୟ୍ଯନ୍ତ ଅଗ୍ନିମଯ ଥିଲା ଓ କଟୀଠାରୁ ଉପର ପର୍ୟ୍ଯନ୍ତ ଉତ୍ତପ୍ତ ଧାତୁ ତୁଲ୍ଯ ଜ୍ଯୋତିର୍ମଯ ଥିଲା।

ଯିହିଜିକଲ 10:1

ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା।

ଦାନିଏଲ 7:9

ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ଦାନିଏଲ 7:14

ତାହାଙ୍କୁ କତ୍ତୁର୍ତ୍ବ, ମହିମା ଓ ରାଜ୍ଯ ପ୍ରଦତ୍ତ ହେଲା। ତେଣୁ ସମୁଦାଯ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହବେନାହିଁ। ଆଉ ତାଙ୍କର ରାଜ୍ଯ ଅବିନାଶୀ ହବେ।

ଦାନିଏଲ 10:18

ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ପୁନର୍ବାର ମାେତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହଲିେ।

ଯିଖରିୟ 6:13

ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ ଓ ମହିମା ପ୍ରାପ୍ତ ହବେେ। ସେ ମଧ୍ଯ ଆପଣା ସିଂହାସନ ରେ ବସିବେ ଓ ରାଜତ୍ବ କରିବେ। ଆଉ ମଧ୍ଯ ଜଣେ ଯାଜକ ତାଙ୍କ ସିଂହାସନ ରେ ବସି ଯାଜକ ହବେେ। ସହେି ଦୁଇଜଣ ମଧିଅରେ ଶାନ୍ତିର ନତେୃତ୍ବ ହବେ।'

ମାଥିଉଲିଖିତ ସୁସମାଚାର 25:13

ତେଣୁ ସଦା ବେଳେ ଜାଗ୍ରତ ରୁହ, କାରଣ ମନଷ୍ଯପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣିନାହଁ।

ମାଥିଉଲିଖିତ ସୁସମାଚାର 28:18

ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।

ଏଫିସୀୟଙ୍କ ପ୍ରତି ପତ୍ର 1:21

ପରମେଶ୍ବର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ବପୂର୍ଣ୍ଣ ପଦ ଦଇେଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାର ରେ ଥିବା ଯେ କୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:9

ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।

ଏବ୍ରୀ 1:8

କିନ୍ତୁ ପରମେଶ୍ବର ନିଜ ପୁତ୍ର ବିଷୟ ରେ କୁହନ୍ତି :

ଏବ୍ରୀ 8:1

ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍‌ବ ରେ ବସି ଅଛନ୍ତି।

ଏବ୍ରୀ 12:2

ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ପିତରଙ୍କ ପ୍ରଥମ ପତ୍ 3:22

ଏବେ ଯୀଶୁ ସ୍ବର୍ଗକୁ ଗଲଣେି। ସେ ପରମେଶ୍ବରଙ୍କ ଡାହାଣ ରେ ବିରାଜମାନ। ସେ ସଠାେରେ ସ୍ବର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:13

ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:21

ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:2

ତତ୍କ୍ଷଣାତ୍ ଆତ୍ମା ମାେତେ ତାହାଙ୍କ ଅଧୀନକୁ ନଇଗେଲେ। ସ୍ବର୍ଗ ରେ ମାେ ସମ୍ମୁଖ ରେ ଗୋଟିଏ ସିଂହାସନ ଥିଲା। ସହେି ସିଂହାସନ ରେ ଜଣେ ବସିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:13

ତା'ପରେ ମୁଁ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:14

ତା'ପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ଗୋଟିଏ ଧଳା ମେଘ ଥିଲା। ସହେି ମେଘ ଉପରେ ମନୁଷ୍ଯପୁତ୍ରଙ୍କ ପରି ଜଣେ ବ୍ଯକ୍ତି ବସିଥିଲେ। ତାହାଙ୍କ ମୁଣ୍ଡ ରେ ଗୋଟିଏ ସୁନାର ମୁକୁଟ ଓ ହାତ ରେ ଗୋଟିଏ ମୁନିଆ ଦାଆ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11

ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।

Interlinear

Choose Theme