Home Bibles ଏଷ୍ଟର ବିବରଣ 5:4 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 5:4 · ଓଡ଼ିଆ ବାଇବେଲ

ଏଷ୍ଟର କହିଲା, ଯବେେ ମହାରାଜାଙ୍କ ଦୃଷ୍ଟି ରେ ଭଲ ଦିଶେ, ତବେେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସହେି ଭୋଜିକୁ ଆଗମନ କରନ୍ତୁ।

Cross references

ଆଦି ପୁସ୍ତକ 27:25

ଏହାପରେ ଇସ୍ହାକ କହିଲେ, ସହେି ଖାଦ୍ୟ ମାେ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦବେି। ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ। ସେ ତାକୁ ପିଇଲେ।

ଆଦି ପୁସ୍ତକ 32:20

ତୁମ୍ଭମାନେେ କହିବ, 'ଏହିସବୁ ତୁମ୍ଭପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛ ରେ ଆସୁଛି।'

ଏଷ୍ଟର ବିବରଣ 1:9

ବଷ୍ଟୀ ରାଣୀ ଅକ୍ଷଶ୍ବରେଶର ରାଜଗୃହ ରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।

ଏଷ୍ଟର ବିବରଣ 3:15

ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସହେି ଆଜ୍ଞା ଶୂଶନ୍ ରାଜଧାନୀ ରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।

ଏଷ୍ଟର ବିବରଣ 5:8

ମୁଁ ଯବେେ ମାରେ ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯବେେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସହେି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦବେି।

ଗୀତସଂହିତା 112:5

ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।

ହିତୋପଦେଶ 29:11

ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:20

ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।

Interlinear

Choose Theme